ସୁଶାନ୍ତ ସିଂ ମୃତ୍ୟୁ ମାମଲା । ଡ୍ରଗ୍ସ କାରବାରରେ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ୨୦୧୭ରେ ଓଡିଶା ଆସିଥିଲେ ରିୟା ।

3,637

କନକ ବ୍ୟୁରୋ: ଭୁବନେଶ୍ୱରରେ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତି । ଭିଭୋ ଆଇପିଏଲ୍ ଟ୍ରଫି ଭୁବନେଶ୍ୱର ଆସିଥିବା ସମୟର ପ୍ରାୟ ୩ ବର୍ଷ ତଳର ଏହି ଦୃଶ୍ୟ ପୁଣି ଚର୍ଚାକୁ ଆସିଛି । ଆଉ ସେହି ଚର୍ଚା ହେଉଛି ରିୟା ଚକ୍ରବର୍ତିଙ୍କ ଭୁବନେଶ୍ୱର ଲିଙ୍କ୍ । ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଗର୍ଲଫ୍ରେଣ୍ଡ ରିୟାଙ୍କୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ସାମ୍ନାକୁ ଆସିଛି ଡ୍ରଗ୍ସ କାରବାର ଓ ରିୟାଙ୍କ ଭୁବନେଶ୍ୱର ଲିଙ୍କ୍ । ତାଙ୍କର କିଛି ଡିଲିଟେଡ୍ ହ୍ୱାଟ୍ସଆପ୍ ଚାଟକୁ ପୁନରୁଦ୍ଧାର ପରେ ଏହି ଘଟଣା ଆସିଛି ସାମ୍ନାକୁ । ସିମୋନ ଖମ୍ବାଟା ନାମକ ଜଣେ ଡ୍ରଗ୍ସ ମାଫିଆଙ୍କ ସହ ରିୟା ଚାଟିଂ ଗତ ମାର୍ଚ ୧୬ ତାରିଖରେ କରିଥିଲେ ବୋଲି ଜଣାପଡିଛି ।

ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସିମୋନ ପ୍ରଥମେ ରିୟାଙ୍କୁ ଏକ ଅଡିଓ ଫାଇଲ ପଠାଇଥିଲେ । ରିୟା ଏହାର ଉତରରେ ଇଂରାଜୀରେ ଲେଖିଥିଲେ, ଡୁଡ୍, ଭୁବନେଶ୍ୱର ଇଜ ଇନ ଦ ସିନ । ଏହାର ଅର୍ଥ ହେଲା ଭୁବନେଶ୍ୱରରେ ଏଣିକି ସବୁ କିଛି ଘଟୁଛି । ଉତରରେ ସିମୋନ ପଚାରିଥିଲେ, ଆର ୟୁ ଇନ ଭୁବନେଶ୍ୱର । ଅର୍ଥାତ ତୁମେ ଭୁବନେଶ୍ୱରରେ ଅଛ କି । ରିୟା ଏହାର ଉତର ଦେଇଥିଲେ ୟେସ । ଅର୍ଥାତ ହଁ । ଯଦି ଏହି ମେସେଜ ସତ ହୋଇଥାଏ ତାହାହେଲେ ରିୟା କାହିଁକି ଆସିଥିଲେ ଭୁବନେଶ୍ୱର । ଆଉ ଯଦି ଆସିଥିଲେ କାହା କାହା ପାଖକୁ ଆସୁଥିଲେ । ସେପଟେ ଘଟଣା ନେଇ ସିବିଆଇ ଚାହିଁଲେ ତଦନ୍ତରେ ସହାୟତା କରିବ ବୋଲି କହିଛି ଓଡିଶା ପୋଲିସ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ରିୟାଙ୍କ ଭୁବନେଶ୍ୱର କନେକସନ୍ ପଛର ସତ କଣ । ଏହି ଚାଟିଂ ଯଦି ସତ ହୋଇଥାଏ , ତେବେ ପ୍୍ରଶ୍ନ ଉଠୁଛି ଭୁବନେଶ୍ୱର ଆସି ଚାଟିଂ କରିଥିବା ଡ୍ରଗ୍ସ ମାଫିଆଙ୍କ ସହିତ ତାଙ୍କର ସଂପର୍କ କଣ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ ରିୟାଙ୍କ ଏହି ଡ୍ରଗ୍ସ ଓ ଭୁବନେଶ୍ୱର ଲିଙ୍କ୍ ଆଗକୁ ଆସିପାରେ ତଦନ୍ତ ଘେରକୁ ।

ଡ୍ରଗ୍ସ ମାଫିଆଙ୍କ ସହ ରିୟାଙ୍କ ହ୍ୱାଟସ୍ ଆପ୍ ଚାଟ୍ ଗତ ବର୍ଷ ମାର୍ଚ ୧୬ ତାରିଖର ବୋଲି ଜଣାପଡିଛି । ଡ୍ରଗ୍ସ ମାଫିଆଙ୍କ ସହ ମୋବାଇଲ ଚାଟିଂ ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ରିୟାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ।