ଭୁବନେଶ୍ୱରର ରସୁଲଗଡଠାରେ ପ୍ରତିଷ୍ଠିତ ହେବ ସବୁଠାରୁ ବଡ ସପିଂଙ୍ଗ୍ ମଲ୍ ! ନାଁ ହେବ “ଏସପ୍ଲାନେଡ୍” ।

Advertisment
ଭୁବନେଶ୍ୱରର ରସୁଲଗଡଠାରେ ପ୍ରତିଷ୍ଠିତ ହେବ ସବୁଠାରୁ ବଡ ସପିଂଙ୍ଗ୍ ମଲ୍ ! ନାଁ ହେବ “ଏସପ୍ଲାନେଡ୍” ।

ରସୁଲଗଡ଼ରୁ ବମିଖାଲ ରାସ୍ତାରେ ଖୁବ୍‌ ଶୀଘ୍ର ଖୋଲିବାକୁ ଯାଉଛି ରାଜଧାନୀର ସବୁଠୁ ବଡ଼ ସପିଂ ମଲ୍‌ ‘ଏସପ୍ଲାନେଡ୍‌’। ଏଠାରେ ବିଭିନ୍ନ ବ୍ରାଣ୍ଡର ସପିଂ ଷ୍ଟୋର ଖୋଲିବାକୁ ଥିବାବେଳେ ଲୋକମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସୁବିଧା ମିଳିବ। ଏହା ସହିତ ସିନେମା ହଲ୍‌, ଫୁଡ୍‌ କୋର୍ଟର ବ୍ୟବସ୍ଥା ରହିବ। ୪ଲକ୍ଷ ୫୦ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫୦୦କୋଟି ଟଙ୍କା। ବିଶ୍ୱର ସବୁଠାରୁ ବଡ଼ ନିର୍ମାଣକାରୀ ସଂସ୍ଥା ଅଷ୍ଟ୍ରେଲିଆର ଲିଗ୍‌ଟନ୍‌ କମ୍ପାନି ଏହି ମଲ୍‌ ନିର୍ମାଣ କରୁଛି।

publive-image

ଏଠାରେ ରିଟେଲ୍‌ ଆଉଟଲେଟ୍‌, ଖାଦ୍ୟ ଓ ମନୋରଞ୍ଜନ ପାଇଁ ପ୍ରାୟ ୧୫୦ଟି ଷ୍ଟୋର ଖୋଲାଯିବାର ଯୋଜନା ରହିଛି। ଯେଉଁଥିରେ ପୋଷାକଠାରୁ ଆରମ୍ଭକରି ଲୋକମାନଙ୍କର ବିଭିନ୍ନ ଦରକାରି ଜିନିଷ ଉପଲବ୍ଧ ହେବ। ଏଥିରେ ସିନେପଲିସ୍‌ ନାମକ ମଲ୍ଟିପ୍ଲେକ୍ସ ‘ସିନେମା ହଲ୍‌’ ରହିବ । ଏକ ସଙ୍ଗେ ୭ଟି ପରଦାରେ ସିନେମା ଚାଲିବ। ଯେଉଁଥିରେ ୧,୨୫୦ ଜଣ ଦର୍ଶକଙ୍କ ପାଇଁ ଆରାମ ଦାୟକ ସିଟ୍‌ ମଧ୍ୟ ରହିବ। ଲାଇଫ୍‌ ଷ୍ଟାଇଲ୍‌, ମ୍ୟାକ୍ସ, ହୋମ୍‌ ସେଣ୍ଟର ପରି ସପିଂ ମଲ୍‌ ବି ରହିବ। ଖାଲି ସେତିକି ନୁହେଁ ଏହାର ତୃତୀୟରୁ ନବମ ମହଲା ପର୍ୟ୍ୟନ୍ତ ଅଫିସ୍‌ ପାଇଁ ଭଡ଼ା ଦିଆଯିବ। ଗ୍ରାହକଙ୍କ ସୁବିଧା ପାଇଁ ଲିଫ୍ଟ, ୨୪ ଘଣ୍ଟିଆ ପାଣି, ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସୁବିଧା କରାଯାଇଛି।

publive-image

ମଲର ଭିଡ଼କୁ ନଜରରେ ରଖି ୧୦୦୦ କାର୍‌ ଓ ବାଇକ୍‌ ପାର୍କିଂ ସୁବିଧା ରହିବ। ଏହା ସହିତ ଯୁବପିଢ଼ିଙ୍କ ପାଇଁ ଫିଟନେସ୍‌ ସେଣ୍ଟର୍‌, ମନୋରଂଜନ କ୍ଲବ୍‌ ହାଉସ୍‌ ବି ରହିବ। ଏହି ମଲର ଅନ୍ୟତମ ନିଆରା କଥା ହେଲା ଏଠାରେ ଛୋଟ ପିଲା ଖେଳିବା ପାଇଁ ଖେଳ ପଡ଼ିଆ ରହିବ। ଏଠାରେ ଏକାଧିକ ବ୍ୟାଙ୍କର ଏଟିଏମ୍‌ ମଧ୍ୟ ଖୋଲିବ। କାଫେଟେରିଆ, ଫୁଡ୍‌ କୋର୍ଟ, ଆଡ଼ମ୍ବରପୂର୍ଣ୍ଣ ଭୋଜନାଳୟ, ବାର୍‌, ସମ୍ମିଳନୀ କକ୍ଷ ଆଦି ରହିବ ବୋଲି ସୂଚନା ମିଳିଛି। ଯାହାଫଳରେ ଲୋକମାନେ କିଣାକିଣି ସହିତ ପ୍ରତିଟି ସମୟକୁ ଆଡ଼ମ୍ବର ସହିତ ବିତାଇବେ। ସୂଚନାଯୋଗ୍ୟ ଯେ ସିଙ୍ଗାପୁର, ବ୍ୟାଙ୍କକ୍‌, କ୍ୟାନେଡା ଆଦି ସ୍ଥାନରେ ଏହି ମଲ୍‌ ଥିବା ବେଳେ ଏବେ ଓଡ଼ିଶାରେ ଏହାର ଶାଖା ଖୋଲିବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe