ମହାରାଷ୍ଟ୍ରରେ ସୁରକ୍ଷାକର୍ମୀଙ୍କ ବଡ ଅପରେସନ : ଗଡଚିରୋଲିରେ ପୁଲିସ-ମାଓବାଦୀ ମୁହାଁମୁହିଁ; ୫ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

88

କନକ ବ୍ୟୁରୋ : ମହାରାଷ୍ଟ୍ର ଗଡଚିରୋଲିରେ ଯବାନଙ୍କ ଗୁଳିରେ ଟଳିିଲେ ୫ ମାଓବାଦୀ । କୋସମି ଜଙ୍ଗଲରେ ମାଓ ଶିବିର ଚାଲୁଥିବା ନେଇ ସୂଚନା ମିଳିଥିଲା । ଏହାପରେ ସି-୬୦ କେ ଯବାନମାନଙ୍କ ପକ୍ଷରୁ ଅପରେସନ ଲଂଚ କରାଯାଇଥିଲା । ଆଉ କୋସମି କିସନେଲି ଜଙ୍ଗଲରେ ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଘଟଣା ସ୍ଥଳରୁ ୫ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡ଼ିଛି ।