ବାଇଡେନଙ୍କ ଇସ୍ରାଏଲ ଗସ୍ତ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ-ହାମାସ ଯୁଦ୍ଧର ଦ୍ୱାଦଶ ଦିନ ଗତ ବୁଧବାର ଦିନ ଇସ୍ରାଏଲ ଗସ୍ତରେ ଯାଇ ତେଲ ଅଭିବରେ ପହଞ୍ଚିଥିଲେ । ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ମଧ୍ୟ ଭେଟିଥିଲେ ।

Advertisment

ଏହି ଗସ୍ତ ସମୟର ଏକ ଫୋଟୋ ପୋଷ୍ଟ କରି ବାଇଡେନ ବିବାଦରେ ପଡିଛନ୍ତି ।

ଆମେରିକାର ରାଷ୍ଟ୍ରପତି ବାଇଡେନ ଇସ୍ରାଏଲ-ହମାସ ଯୁଦ୍ଧରେ ନିୟୋଜିତ ଜଣେ ଆମେରିକୀୟ ଫ୍ରଣ୍ଟଲାଇନ ସୈନିକଙ୍କ ସହ ଫୋଟୋ ସୋସିଆଲ ମେଡିଆରେ ପୋଷ୍ଟ କରିଥିଲେ ।  ଏହି ଫୋଟୋ ପୋଷ୍ଟ ହେବା ମାତ୍ରେ ଲୋକମାନେ ହ୍ଵାଇଟ ହାଉସକୁ ଜୋରଦାର ସମାଲୋଚନା କରିବାକୁ ଲାଗିଲେ ।  ସମାଲୋଚକମାନେ କହିଛନ୍ତି ଯେ ଫଟୋ ସେୟାର କରି ହ୍ଵାଇଟ ହାଉସ ଉକ୍ତ ସୈନିକଙ୍କର ପରିଚୟ ପ୍ରକାଶ କରିଦେଇଛି। ଯାହା ସେ ସୈନିକଙ୍କ ଜୀବନ ପାଇଁ ବିପଦ ହେଇପାରେ । ଯୁଦ୍ଧରେ ନିୟୋଜିତ ଥିବା ସମୟର ଫୋଟୋ ପୋଷ୍ଟ କରିବା ବିପଦଜନକ ଅଟେ । ସମାଲୋଚନା ହେବାପରେ ହ୍ଵାଇଟ ହାଉସ ସେହି  ଫଟୋକୁ ତୁରନ୍ତ  ଡିଲିଟ କରିଦେଇଥିଲା ।

ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁସାରେ ହ୍ଵାଇଟ ହାଉସର ପୋଷ୍ଟ କ୍ୟାପସନରେ ଲେଖାଥିଲା, 'ଇସ୍ରାଏଲରେ ରାଷ୍ଟ୍ରପତି ବାଇଡେନ ପ୍ରଥମେ ସୈନିକ ମାନଙ୍କ ସହ ସାକ୍ଷାତ କରିଥିଲେ ଏବଂ ହମାସ ଆତଙ୍କବାଦୀ ଆକ୍ରମଣର ଜବାବରେ ସେମାନେ କରିଥିବା କାର୍ଯ୍ୟ ପାଇଁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ।' ଗୁରୁବାର ଦିନ ଆମେରିକାର ପ୍ରତିରକ୍ଷା ବିଭାଗର ସୂଚନା ମୁତାବକ ବ୍ରିଗେଡିୟର୍ ଜେନେରାଲ୍ ପ୍ୟାଟ୍ ରାଇଡର୍ଙ୍କୁ ଫଟୋରେ ଥିବା ସୈନିକମାନେ ପ୍ରକୃତରେ ଆମେରିକାର ସ୍ୱତନ୍ତ୍ର ଅପରେଟର କି ନାହିଁ ଏବଂ ସ୍ୱତନ୍ତ୍ର ବାହିନୀ ସହ ଫଟୋ ଉଠାଇବା ବିରୋଧରେ କୌଣସି ନୀତି ଅଛି କି ନାହିଁ ତାହା ନିଶ୍ଚିତ କରିବାକୁ କୁହାଯାଇଥିଲା ।

ହ୍ଵାଇଟ ହାଉସ ଆଡକୁ ସୂଚାଇ ରାଇଡର୍ କହିଛନ୍ତି, 'ମୋତେ ଏହି ପ୍ରସଙ୍ଗରେ ପ୍ରଥମେ ହ୍ଵାଇଟ ହାଉସକୁ ପଚାରିବାକୁ ପଡ଼ିବ। ମୁଁ ଆଉ କିଛି କହିପାରିବି ନାହିଁ ।  ଧନ୍ୟବାଦ।' ଯୁଦ୍ଧର ଦ୍ୱାଦଶ ଦିନରେ ବାଇଡେନ ଇସ୍ରାଏଲରେ ପହଞ୍ଚିଥିଲେଇସ୍ରାଏଲ-ହାମାସ ଯୁଦ୍ଧର ଦ୍ୱାଦଶ ଦିନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ତେଲ ଆଭିଭରେ ପହଞ୍ଚିଥିଲେ । ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ମଧ୍ୟ ଭେଟିଥିଲେ। ତାଙ୍କର ଏହି ଗସ୍ତ ଏପରି ଏକ ସମୟରେ ଥିଲା ​​ଯେତେବେଳେ ଗାଜାର ଡାକ୍ତରଖାନା ଉପରେ ବିସ୍ଫୋରଣ ହୋଇ  ଶତାଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିଲା ।