କ୍ରିପଟୋ ଇନଭେଷ୍ଟମେଣ୍ଟ ନାଁରେ ବଡ ଠକେଇ। ହଜାର କୋଟିର ଚୂନା ଲଗାଇଲେ ଠକ

1,939

କନକ ବ୍ୟୁରୋ: କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହୋଇଛି ବଡଧରଣର ଠକେଇ । କେବଳ ଓଡିଶା ନୁହେଁ,ରାଜସ୍ଥାନ,ବିହାର.ଝାରଖଣ୍ଡ,ଦିଲ୍ଲୀ, ମଧ୍ୟପ୍ରଦେଶ,ମହାରାଷ୍ଟ୍ର ଭଳି ବିଭିନ୍ନ ରାଜ୍ୟର ଲୋକଙ୍କୁ ବଡ ଧରଣର ଚୁନା ଲଗାଇଛନ୍ତି ଠକ ।

ଗୁରତେଜ ସିଂ ସିଦ୍ଧୁ,ନିରୋଦ ଦାଶ । ଗୁରତେଜ ଏସଟିଏ କ୍ରିପଟୋ ଟୋକେନ ନାମକ ସଂସ୍ଥାର ମୁଖ୍ୟ ହୋଇଥିବା ବେଳେ ନିରୋଦ ହେଉଛି ଏହି ସଂସ୍ଥାର ଓଡିଶା ମୁଖ୍ୟ । କ୍ତିପ୍ଟୋ ଇନଭେଷ୍ଟମେଣ୍ଟନାମରେ ଏହି ସଂସ୍ଥା ଲୋକଙ୍କ ଠାରୁ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ଠକିବା ପରେ ଓଡିଶା ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଗିରଫ ହୋଇଛନ୍ତି । ଗୁରତେଜ ସିଂ କୁ ଇଓଡବ୍ଲୁ ରାଜସ୍ଥାନରୁ ଉଠାଇ ଆଣିଥିବା ବେଳେ ନିରଦକୁ ଭଦ୍ରକରୁ ଗିରଫ କରାଯାଇଛି ।

ନଜର ପକାନ୍ତୁ କେଉଁଭଳି ଭାବେ ଏହି ସଂସ୍ଥା ଲୋକଙ୍କୁ ଚୁନା ଲଗାଉଥିଲା ।
– ଏସଟିଏ କ୍ରିପଟୋ ଟୋକେନ ସଂସ୍ଥାର ୱେବସାଇଟ ଭାରତ ବାହାରୁ ଅପରେଟ ହେଉଥିଲା
-ଗୁରୁତେଜ ବିଭିନ୍ନ ରାଜ୍ୟରେ ପ୍ରଚାର ପ୍ରସାର ପାଇଁ କାର୍ଯ୍ୟକ୍ରମ ଆୟୋଜନ କରୁଥିଲା
-ଅଳ୍ପ ଟଙ୍କା ନିବେଶ କରି ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦିଆଯାଉଥିଲା
-ଚେନ୍ ସିଷ୍ଟମ୍ ମାଧ୍ୟମରେ ଲୋକଙ୍କୁ ସଂସ୍ଥା ସହ ଯୋଡିବାକୁ କୁହାଯାଉଥିଲା
-ଯିଏ ଯେତେ ଲୋକ ଯୋଡିବେ ସିଏ ସେତେ ଅଧିକ ବୋନସ୍ ପାଇବ ବୋଲି ଆକର୍ଷଣୀୟ ଅଫର ଦିଆଯାଉଥିଲା
-ବଲିଉଡ ତାରକା ମାନଙ୍କ ଦ୍ୱାରା ସଂସ୍ଥାର ପ୍ରଚାର ପ୍ରସାର ହେଉଥିଲା
-ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ପ୍ରାରମ୍ଭିକ ସ୍ତରରେ ଲୋକଙ୍କୁ ଭଲ ରିଟର୍ଣ୍ଣ ଦିଆଯାଉଥିଲା
ଲୋକେ ଅଧିକ ନିବେଶ କରିବା ପରେ ସଂସ୍ଥା ୱେବସାଇଟ ବନ୍ଦ କରି ଫେରାର ହୋଇଯାଉଥିଲା 

କ୍ରିପେଟୋ କରେନ୍ସି ହେଉଛି ଏକ ଅନଲାଇନ ଟ୍ରାନଜାକ୍ସନ ସିଷ୍ଟମ । ଏହାଦ୍ୱାରା ୟୁଜର୍ସ କାହାକୁ ବି ଅନଲାଇନରେ ପେମେଣ୍ଟକରିପାରିବେ । ଏଥିପାଇଁ ବ୍ୟାଙ୍କ ଭେରିଫିକେସନ ଜରୁରୀ ହୋଇନଥାଏ । ଆଉ ଓଡିଶାରେ ଏହି ଘଟଣା ସାମନାକୁ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଆଉ ଶେଷରେ ମାଷ୍ଟର ମାଇଣ୍ଡ ଗୁରୁତେଜ ସିଂ ଓ ଓଡିଶା ମୁଖ୍ୟ ନିରଦ ଦାଶକୁ ଗିରଫ କରିବାରେ ସକ୍ଷମ ହୋଇଛି ଇଓଡବ୍ଲୁ । ଉଭୟଙ୍କୁ ଅଧିକ ପଚରାଉଚୁରା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି ।