ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନାଁରେ ୪୫୦ କୋଟିର ମହାକେଳେଙ୍କାରୀ ! ଭୂଇଁରୁ ଉଠିନି ନିର୍ମାଣ କାର୍ଯ୍ୟ । ହନ୍ତସନ୍ତ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକର ହଜାର ହଜାର ଲୋକ ।

Advertisment
ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନାଁରେ ୪୫୦ କୋଟିର ମହାକେଳେଙ୍କାରୀ ! ଭୂଇଁରୁ ଉଠିନି ନିର୍ମାଣ କାର୍ଯ୍ୟ । ହନ୍ତସନ୍ତ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକର ହଜାର ହଜାର ଲୋକ ।

କନକ ବ୍ୟୁରୋ: ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ପ୍ରକଳ୍ପ ଆରମ୍ଭ କରିଥିଲେ। ହେଲେ, ଲାଭଖୋର ଠିକାଦାର, ଅସାଧୁ ଅଫିସର ଓ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ଯୋଗୁଁ ଆଗେଇ ପାରୁନି ପ୍ରକଳ୍ପ କାର୍ଯ୍ୟ । ପାଣି ପାଇଁ ଡହଳ ବିକଳ ହଜାର ହଜାର ଲୋକ।

ପାନୀୟ ଜଳ ପ୍ରକଳ୍ପରେ କେଳେଙ୍କାରୀ
ଖାଇଗଲେ କୋଟି କୋଟି ଟଙ୍କା
ଭୁଇଁରୁ ଉଠିନି ନିର୍ମାଣ କାର୍ଯ୍ୟ

ପଟ୍ଟାମୁଣ୍ଡାଇ ବ୍ଲକ ଓ ରାଜନଗର ବ୍ଲକର ବିଭିନ୍ନ ପଂଚାୟତକୁ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ୨୦୨୧ରେ ଏହି ଦୁଇଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ପ୍ରାୟ ୪୫୦ କୋଟି ଟଙ୍କାର ବ୍ୟୟ ବରାଦ ବି ହୋଇଥିଲା। ହେଲେ, ବିଡମ୍ବନାର ବିଷୟ ହେଉଛି, ନିର୍ମାଣ କାର୍ଯ୍ୟ ନେଇଥିବା ଠିକା କମ୍ପାନୀ ଲକ୍ଷ୍ମୀ, କମ ଟଙ୍କାରେ ପ୍ରକଳ୍ପକୁ ସାରି ଦେବାକୁ କହି ଏହାକୁ ହାତେଇଥିଲା। କିନ୍ତୁ ନିର୍ମାଣ କାର୍ଯ୍ୟ ୨ ବର୍ଷ ପରେ ବି ଆଗେଇ ପାରିନି। ଟାଙ୍କି ନିର୍ମାଣ ତ ଦୂରେ ଥାଉ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇନି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନ୍ୟପଟେ କୋଟି କୋଟି ଟଙ୍କା ଉଠାଇ ଠିକାଦାର, ଅସାଧୁ ଅଫିସର ଖାଇଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳବାସୀ।

ଗୋଟିଏ ପଟେ ପ୍ରକଳ୍ପ କାର୍ଯ୍ୟ ଆଗେଇ ନଥିବାବେଳେ ଆଉ ଗୋଟିଏ ପଟେ ଗାଁରେ ଥିବା ନଳକୂପର ଆଉ ମରାମତି ହେଉନି। ସେପଟେ ନଦୀରେ ମାଳ ମାଳ କୁମ୍ଭୀର ସ୍ଥାନୀୟ ଲୋକଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଏହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଗ୍ରାମ୍ୟ ଜଳଯୋଗାଣ ବିଭାଗକୁ ତାଗିଦ କରିଛନ୍ତି କେନ୍ଦ୍ରାପଡା ସାଂସଦ । କେବଳ ଏହି ପ୍ରକଳ୍ପ ନୁହେଁ। ମହାକାଳପଡାରେ ଉତ୍କଟ ଜଳ ସମସ୍ୟା ଥିବାବେଳ ଏଠି ବି ସମଦଶା । ଜିଲ୍ଳାରେ ମୋଟ ୩୫୬ ଟି ଗାଁ ରେ ବିଶୁଦ୍ଧ ପାନୀୟ ଜଳ ମିଳୁନଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe