କନକ ବ୍ୟୁରୋ: ଭୁବନେଶ୍ୱର କ୍ରିକେଟ ଆସୋସିଏସନରେ କେଳେଙ୍କାରୀ ନେଇ ହୋଇଛି ଅଭିଯୋଗ । ଖେଳାଳି ଚୟନରେ କୋଚ୍ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛନ୍ତି ଚୂଡାନ୍ତ ଏକାଦଶରୁ ବାଦ ପଡ଼ିଥିବା ଜଣେ ଖେଳାଳିଙ୍କ ମା’ । କଟକ ସନସାଇନ ପଡ଼ିଆରେ ଆଜି ୧୯ ବର୍ଷରୁ କମ ବୟସ ବର୍ଗର ମ୍ୟାଚ୍ ଚାଲିଥିବା ବେଳେ ଜଣେ ଖେଳାଳିଙ୍କ ମା’ ହଙ୍ଗାମା କରିଥିଲେ । ଭୁବନେଶ୍ୱର କ୍ରିକେଟ ଆସୋସିଏସନର କୋଚ ବିବିସିସି ମହାପାତ୍ରଙ୍କ ପକ୍ଷପାତିତା ଯୋଗୁଁ ତାଙ୍କ ପୁଅ ଆୟୁଷ ଭୁବନେଶ୍ୱର-ଏ ଟିମର ଚୂଡାନ୍ତ ଏକାଦଶରୁ ବାଦ ପଡିଥିବା ଅଭିଯୋଗ ଆଣିଥିଲେ । ଟିମର ଚୂଡାନ୍ତ ଏକାଦଶରୁ ବାଦ ପଡ଼ିଥିବାରୁ ପୁଅ ଆୟୁଷ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସେ କହିଛନ୍ତି । ପୁଅର ମାନସିକ ଅବସ୍ଥା ଦେଖି ମାଆ ଲିଜା ଓ ବାପା ଦିବାକର ମହାନ୍ତି ସନସାଇନ ଗ୍ରାଉଣ୍ଡରେ ପହଞ୍ଚି ମ୍ୟାଚ ଚାଲିଥିବା ବେଳେ କୋଚଙ୍କୁ ବିରୋଧ କରି ହଙ୍ଗାମା କରିଥିଲେ ।
କୋଚଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଦାବିରେ ରୋଜାଲିନ ପିଚ୍ ଉପରେ ବସିଯାଇ ଧାରଣା ଦେଇଥିଲେ । ହେଲେ ଦୁଃଖର କଥା ଲିଜାଙ୍କୁ କଟକ ଜୁଭେନାଇଲ ସଦସ୍ୟ, ଓସିଏ ପ୍ୟାନେଲ ଆମ୍ପାୟର ମାଡ ମାରିଛନ୍ତି । ଏନେଇ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଲିଜା ମହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/07/Screen-Shot-2024-07-17-at-2.21.48-PM.png)