କନକ ବ୍ୟୁରୋ : ଆମେରିକାରେ ରହି ଚୀନ ପାଇଁ ଗୁଇନ୍ଦାଗିରି କରୁଥିଲେ ଜଣେ ଚୀନ ମହିଳା । ଆମେରିକାର କିଛି ରାଜନେତାଙ୍କର ସେ ଖୁବ ଘନିଷ୍ଠ ଥିଲେ । ଚୀନର ଏହି ରହସ୍ୟମୟୀ ମହିଳାଙ୍କ ବାବଦରେ ରିପୋର୍ଟ ପ୍ରକାଶ କରିଛି ଏକ ୱେବସାଇଟ୍ । ଆକ୍ସିଓସ ଡଟ୍ ମକର ରିପୋର୍ଟ ଅନୁସାରେ ସେହି ମହିଳା ପ୍ରାୟ ୫ ବର୍ଷ ଧରି ଆମେରିକାରେ ରହିଥିଲେ । ଏପରିକି ସଂପୃକ୍ତ ମହିଳାଙ୍କ ହନିଟ୍ରାପରେ ଫସି ଯାଇଥିଲେ ଆମେରିକାର ଦୁଇ ରାଜନେତା । ସେହିପରି ଡେଲିମେଟର ରିପୋର୍ଟ ଅନୁସାରେ କ୍ରିଷ୍ଟିନ ଫାଙ୍ଗ ନାମକ ଏହି ମହିଳା ଚୀନର ଗୁଇନ୍ଦା ଏଜେନ୍ସି ପାଇଁ କାମ କରୁଥିଲେ ବୋଲି ରିପୋର୍ଟ କରିଛି ।

Advertisment

୨୦୧୧ରୁ ୨୦୧୫ ଯାଏଁ ସେ ଆମେରିକା କାଲିଫର୍ଣ୍ଣିଆରେ ରହିଥିଲେ । କିଛି ରାଜନେତାଙ୍କ ପାଇଁ ନିର୍ବାଚନୀ ପାଣ୍ଠି ଯୋଗଡରେ ସହାୟତା ବି କରିଛନ୍ତି । କୁହାଯାଉଛି ଚୀନର ପ୍ରତିରକ୍ଷା ମନ୍ତ୍ରାଳୟ ନିର୍ଦ୍ଦେଶରେ ସେ ଆମେରିକାରେ ରହି ଗୁଇନ୍ଦାଗିରି କରୁଥିଲେ । ତେବେ ତାଙ୍କ ଉପରେ ସନ୍ଦେହ ବଢିବା ପରେ ଓ ଏଫବିଆଇ ତାଙ୍କ ନିକଟରେ ପହଂଚିବା ପୂର୍ବରୁ ସେ ଆମେରିକା ଛାଡି ଦେଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି ।