ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟର କଳାଗୁମର । ୩୦୦ କୋଟି ଟପିପାରେ ଟଙ୍କା । ଆରମ୍ଭ ହୋଇନି ସୁନାଗହଣାର ହିସାବ ।

636

କନକ ବ୍ୟୁରୋ: ଯେତେ ଗଣିଲେ ବି ସରୁନାହିଁ । ଟଙ୍କା ଗଣି ଗଣି ବ୍ୟାଙ୍କ ଓ ଆଇଟି ଅଧିକାରୀ ହାଲିଆ । ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ୨୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ତେବେ ଏହି ଟଙ୍କା ୩୦୦ କୋଟି ଟଙ୍କା ଟପିବ ବୋଲି ଜଣାପଡ଼ିଛି ।

ଜବତ ଟଙ୍କା ମଧ୍ୟରେ ୧୦୦ ଟଙ୍କିଆ, ୨୦୦ ଟଙ୍କିଆ, ୫୦୦ ଟଙ୍କିଆ ରହିଛି । ଏତେ ପରିମାଣର ଟଙ୍କା ସବୁ କେଉଁଠୁ ଆସିଲା, ତାକୁ ନେଇ ଖୋଳତାଡ଼ କରୁଛି ଆୟକର ବିଭାଗ । ସେପଟେ ଅଧିକ ତଦନ୍ତ ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ଏଂଟ୍ରି ମାରିପାରେ । ଯଦି ଇଡି ହାତକୁ ତଦନ୍ତଭାର ଦିଆଯାଏ, ତାହେଲେ ନେତାଙ୍କ ପାଇଁ ଚିନ୍ତା ବଢ଼ିଯିବ । କାରଣ ଏଥିରେ ନେତାଙ୍କ ସଂପୃକ୍ତି ଅଛି କି ନାହିଁ, ତା’ର ତଦନ୍ତ ହୋଇପାରେ । ସେପଟେ ଆୟକର ବିଭାଗ ଟଙ୍କା ସବୁ ୧୫୬ଟି ବ୍ୟାଗ୍ ଏବଂ କିଛି ବସ୍ତାରେ ଟ୍ରକ୍ରେ ଲୋଡ୍ କରି ନେଇଛି । ଆଉ ସବୁ ଟଙ୍କାକୁ ଗଣିବା ପାଇଁ ଆହୁରି ଦୁଇରୁ ତିନି ଦିନ ଲାଗିପାରେ ।