ଚାଲିଗଲା ବାତ୍ୟା, ଦେଇଗଲା ଦୁଃଖ । ଜନଜୀବନ ପ୍ରଭାବିତ, ତେଲ ପାଇଁ ପେଟ୍ରୋଲ ପମ୍ପ ଆଗରେ ଲାଗୁଛି ଲମ୍ବା ଲାଇନ୍ । 

205

କନକ ବ୍ୟୁରୋ : ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ଘାଣ୍ଟି ହେଉଛି ଉପକୂଳ ଓଡିଶା । ପୁରୀ, ଭୁବନେଶ୍ୱର ସମେତ ଅଧା ଓଡିଶାକୁ ଛାରଖାର କରିଦେଇଛି ବାତ୍ୟା । ବାତ୍ୟାରେ ଅନେକ ଧନଜୀବନ ନଷ୍ଟ ହୋଇଯାଇଥିବା ବେଳେ ବାତ୍ୟା ପରର ଦୃଶ୍ୟ ଆହୁରି ଉଦବେଗଜନକ । ୪୦ ଘଣ୍ଟା ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ସବୁ ଜାଗାରେ ପାଣି, ବିଜୁଳି, ଖାଦ୍ୟ ଓ ଯୋଗାଯୋଗ ସୁବିଧା ପହଞ୍ଚିପାରିନାହିଁ । ଆଉ ଏହାରି ଭିତରେ ଲୋକଙ୍କ ପାଖରେ ଟଙ୍କା ନଥିବା ବେଳେ ଏଟିଏମରେ ମଧ୍ୟ ଟ୍ରାଞ୍ଜାକସନ ହୋଇପାରୁନାହିଁ ।

ସେପଟେ ପେଟ୍ରୋଲ ପମ୍ପ ଗୁଡିକରେ ଦେଖିବାକୁ ମିଳୁଛି ଲମ୍ବା ଲାଇନ୍ । ତେଲ ପାଇଁ ପେଟ୍ରୋଲ ପମ୍ପରେ ଜମୁଛି ପ୍ରବଳ ଭିଡ । ଲମ୍ବା ଲାଇନରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଗାଡିରେ ତେଲ ପକାଉଥିବାର ଦେଖିବାକୁ ମିଳୁଛି । ସେହିପରି ଅନେକ ଏଟିଏମରେ ତାଲା ଝୁଲୁଥିବାରୁ ପାଖରେ ଟଙ୍କା ନପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଅନେକ ସ୍ଥାନରେ ବିଜୁଳି ସଂଯୋଗ ବ୍ୟାହତ ହୋଇଥିବା ବେଳେ ଅନ୍ଧାରରେ କଟୁଛି ଜୀବନ ।