ଜମ୍ମୁ କାଶ୍ମୀରକୁ ଆତଙ୍କୀ ମୁକ୍ତ କରିବାକୁ ବଡ଼ ପ୍ଲାନ । ଉଚ୍ଚସ୍ତରୀୟ ବୈଠକ ଡାକିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଏନଏସଏ ଓ ର’ ସହ ହେବ ରଣନୀତି ପ୍ରସ୍ତୁତ

161

କନକ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ନିକଟରେ ବଡ ବଡ ଆତଙ୍କବାଦୀ ଆକ୍ରମଣ ହୋଇଛି । ନିକଟରେ ଅମରନାଥ ଯାତ୍ରାରେ ଯାଉଥିବା ଏକ ତୀର୍ଥଯାତ୍ରୀଙ୍କ ବସ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବାରୁ ଅକାଳରେ ଚାଲିଗଲା ଅନେକ ଜୀବନ । ତେଣୁ ଏସବୁ ଆକ୍ରମଣ ଓ ଅମରନାଥ ଯାତ୍ରାର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଗୃହମନ୍ତ୍ରଣାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଏଥିରେ ନିଜେ ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟ ଦାୟିତ୍ୱ ନିର୍ବାହ କରିବେ । ଏହାସହ ଜମ୍ମୁକାଶ୍ମୀର ଉପରାଜ୍ୟପାଳ, ଏନଏସଏ ମୁଖ୍ୟ ଅଜିତ ୍ଡୋଭାଲ, ଗୃହ ସଚିବ, ଆଇବି ଚିଫ୍, ର ଚିଫ୍, ଏଆଇଏ ଡିଜି, ସମସ୍ତ ଅର୍ଦ୍ଧସାମରିକ ବଳର ଡିଜି, ସୋ ଓ ବାୟୁସେନାର ମୁଖ୍ୟ ଓ ଅଧିକାରୀଙ୍କ ସହ ରଣନୀତି ପ୍ରସ୍ତୁତ କରିବେ ଗୃହମନ୍ତ୍ରୀ ।

 ଅମରନାଥ ଯାତ୍ରାରେ କଡା ସୁରକ୍ଷା ସହ ଆବଶ୍ୟକ ଯାଞ୍ଚ ବ୍ୟବସ୍ଥ୍ା କରାଯିବ । ଏହାସହ ଅମରନାଥ ଯାତ୍ରାର ରୁଟରେ ଯେପରି କୌଣସି ସମସ୍ୟା ନସୃଷ୍ଟି ହୁଏ ସେଥିପ୍ରତି ମଧ୍ୟ ଏଆଇ କଡା ନଜର ରଖିବ ବୋଲି ଜଣାପଡିଛି ।