କନକ ବ୍ୟୁରୋ: ବିଜେପି ଆଗାମୀ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ତାର ପ୍ରସ୍ତୁତିକୁ ଜୋରଦାର କରିଛି । ଏହି କ୍ରମରେ ଦଳ ସାଙ୍ଗଠନିକସ୍ତରରେ ବଡ ପରିବର୍ତ୍ତନ କରିପାରେ । ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁପେନ୍ଦ୍ର ଯାଦବଙ୍କୁ ନୂଆ ଦାୟିତ୍ୱ ମିଳିପାରେ । ଏହାଛଡା ଗୁଜରାଟ ଏବଂ କର୍ଣ୍ଣାଟକ ସମେତ ତିନି ରାଜ୍ୟରେ ନୂଆ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ମିଳିପାରେ ।

Advertisment

ସାଙ୍ଗଠନିକସ୍ତରରେ ପରିବର୍ତ୍ତନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଏବଂ ଭାଜପାର ସଂଗଠନ ମହାସଚିବ ବିଏଲ ସନ୍ତୋଷଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । ଏହା ଉପରେ କେବଳ ନରେନ୍ଦ୍ର ମୋଦୀଙ୍କ ମୋହରକୁ ଅପେକ୍ଷା କରାଯାଇଛି । ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଜୁନ ୩୦ ପରେ ପରିବର୍ତ୍ତନ ନେଇ ଘୋଷଣା କରାଯାଇପାରେ ।

କେବଳ ଏତିକି ନୁହେଁ ମୋଦୀଙ୍କ କ୍ୟାବିନେଟରେ ମଧ୍ୟ ପରିବର୍ତ୍ତନର ସମ୍ଭାବନା ରହିଛି । ମୋଦୀ ନିଜର କ୍ୟାବିନେଟରେ ଶୀଘ୍ର ପରିବର୍ତ୍ତନ କରିପାରନ୍ତି । ଯଦି ଏହା ହୁଏ ତେବେ ଏହା ମୌସୁମୀ ଅଧିବେଶନ ପୂର୍ବରୁ ହେବ । ମୌସୁମୀ ଅଧିବେଶନ ଜୁଲାଇ ୧୭ରୁ ଆରମ୍ଭ ହୋଇପାରେ । ଏହା ୧୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିପାରେ । ତେବେ ଏହା ଉପରେ ଶେଷ ମୋହର ସଂସଦୀୟ ବ୍ୟାପାର ବିଭାଗର କ୍ୟାବିନେଟ ସମିତିର ବୈଠକରେ ବାଜିପାରେ ।