ଯୁକ୍ତ ୨ ପାଠପଢ଼ା ଓ ପରୀକ୍ଷା ପାଇଁ ବଡ଼ ନିଷ୍ପତ୍ତି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଲାଗୁ ହେବ ଇଣ୍ଟରନାଲ ବ୍ୟବସ୍ଥା ।

1,338

କନକ ବ୍ୟୁରୋ : ଯୁକ୍ତ ୨ ପାଠପଢ଼ା ଓ ପରୀକ୍ଷା ପାଇଁ ବଡ଼ ନିଷ୍ପତ୍ତି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ ହେବ । ଏକାଦଶ ଶ୍ରେଣୀରେ ୩ଟି ଇଣ୍ଟରନାଲ ଓ ଗୋଟିଏ ବାର୍ଷିକ ପରୀକ୍ଷା ହେବ । ଏହି ପରୀକ୍ଷାକୁ କଲେଜ ପରିଚାଳନା କରିବ । ସେହିପରି ଦ୍ୱିତୀୟ ବର୍ଷ ପାଇଁ ମଧ୍ୟ ୩ଟି ଇଣ୍ଟରନାଲ ହେବ । ଫାଇନାଲ ପରୀକ୍ଷାକୁ ସିଏଚଏସଇ ପରିଚାଳନା କରିବ । ତେବେ ଗତବର୍ଷ ଭଳି ଏବର୍ଷ ମଧ୍ୟ ୩୦ ପ୍ରତିଶତ ସିଲାବସ୍ କମିବ ।