ଏଟିଏମଧାରୀଙ୍କ ପାଇଁ ଆସିଲା ବଡ ଖବର : ଏଣିକି ପାଖରେ ଡେବିଟ୍ କାର୍ଡ ନଥିଲେ ବି ଏଟିଏମରୁ ଉଠାଇ ପାରିବେ ଟଙ୍କା ; କେମିତି ଟଙ୍କା ଉଠାଇବେ ଜାଣନ୍ତୁ… ପୂରା ପ୍ରକ୍ରିୟା

1,416

କନକ ବ୍ୟୁରୋ : ଏଟିଏମଧାରୀଙ୍କ ପାଇଁ ଆସିଲା ବଡ ଖବର । ଏଣିକି ଟଙ୍କା ଉଠାଣରେ ହେବନି କୌଣସି ଅସୁବିଧା, ପାଖରେ କାର୍ଡ ନଥିଲେ ବି ଏଟିଏମରୁ ଟଙ୍କା ଉଠାଇ ପାରିବେ ଲୋକେ ।
ସାଧାରଣତଃ ଅନେକ ସମୟରେ ଏପରି ଦେଖିବାକୁ ମିଳିଥାଏ କି, କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଗଲାବେଳେ ଏଟିଏମ୍ କାର୍ଡକୁ ଲୋକମାନେ ଘରେ ଭୁଲିଯାଇଥାନ୍ତି । ଯାହାଫଳରେ ସେଦିନ ଅନେକ ସମସ୍ୟାର ସାମ୍ନା କରକିବାକୁ ପଡିଥାଏ । ଅନ୍ୟପଟେ କିଛି ଲୋକ ଏପରି ବି ଅଛନ୍ତି, ଯେଉଁମାନଙ୍କର ଏଟିଏମ୍ କାର୍ଡ କୌଣସି କାରଣ ବସତଃ ଭାଙ୍ଗିଯାଇଥାଏ… ଏବଂ କାମରେ ବ୍ୟସ୍ତ ଥିବା ହେତୁ ସେମାନେ ଏଟିଏମ୍ କାର୍ଡ ଆପ୍ଲାଏ କରିପାରିନଥାନ୍ତି । ଏଭଳି ପରିସ୍ଥିତିରେ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ଏହି ସେବ ବେଶ୍ ସହାୟକ ହେବ ।
ପୂର୍ବରୁ ବିନା କାର୍ଡରେ ଏଟିଏମରୁ ଟଙ୍କା ବାହାରିବା ଭଳି ସେବା ଗ୍ରାହକଙ୍କୁ ଏସବିଆଇ ଏବଂ ଅନ୍ୟ ବ୍ୟାଙ୍କ ଦେଇଆସୁଛନ୍ତି । କିନ୍ତୁ… ଏବେ ଏହି କଡିରେ ଆରବିଏଲ ବ୍ୟାଙ୍କ ଯୋଡିହୋଇଯାଇଛି ।
ତେବେ ଏଠାରେ ବ୍ୟାଙ୍କ କହିଛି କି, ବର୍ତ୍ତମାନ ଏହାର ଗ୍ରାହକମାନେ ଆରବିଏଲ ବ୍ୟାଙ୍କର କୁଇକ୍ ମନି ଟ୍ରନ୍ସଫର ସେବା ଏବଂ ଅନ୍ୟ ବ୍ୟାଙ୍କଗୁଡିକର ୪୦ ହତାରରୁ ଅଧିକ ଏଟିଏମରୁ ଡେବିଟ୍ କାର୍ଡ ବ୍ୟବହାର ନକରି ଟଙ୍କା ଉଠାଇପାରିବେ । ଏହି ସୁବିଧାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ଆରବିଏଲ ବ୍ୟାଙ୍କର ମୋବ୍ୟାଙ୍କ ଆପରେ ଲଗ ଇନ୍ କରିବାକୁ ପଡିବ । ଏହାପରେ ଗ୍ରାହକଙ୍କୁ ବ୍ୟାଙ୍କର ଏଟିଏମରେ ପଞ୍ଜିକୃତ ମୋବାଇଲ୍ ନମ୍ବର ବ୍ୟବହାର କରି କିମ୍ବା ଆପରେ ଥିବା ଏହାର ବିକଳ୍ପ ବ୍ୟବହାର କରି କାର୍ଡଲେସ୍ ଟଙ୍କା ଉଠାଣ ସେବା ପାଇବାରେ ସକ୍ଷମ ହେବେ । ତେବେ ଏଠାରେ ଆପଣଙ୍କୁ ଆଉଥରେ କହିରଖୁଛୁ କି… ୟୁନୋ ଆପ ଜରିଆରେ ଏସବିଆଇ ଏହି ସେବା ପୂର୍ବରୁ ଗ୍ରାହକଙ୍କୁ ଯୋଗାଇ ଆସୁଛି ।