ବ୍ୟାଙ୍କ୍ କାମ ଯଦି ବଳକା ରହିଛି ତେବେ ଶୀଘ୍ର ଶେଷ କରନ୍ତୁ ଏହି ସମ୍ବର୍ନ୍ଧିତ ସମସ୍ତ କାମ ! ସେପ୍ଟେମ୍ବର ୨୫ ପରେ ଏହି କାରଣରୁ ୪ ଦିନ ବନ୍ଦ ରହିପାରେ ବ୍ୟାଙ୍କ୍

885

କେନ୍ଦ୍ର ସରକାରଙ୍କ ଦ୍ୱାରା ୧୦ ଟି ବ୍ୟାଙ୍କ୍ ମିଶ୍ରଣ କରିବା ଘୋଷଣାରେ ବ୍ୟାଙ୍କ୍ କର୍ମଚାରୀ ଅସନ୍ତୁଷ୍ଟ ରହିଛନ୍ତି । ଯାହାର ବିରୋଧ କରି ସେପ୍ଟେମ୍ବର ୨୫ ମଧ୍ୟରାତ୍ରିରୁ ୨ ଦିନ ଧରି ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ବସିଛନ୍ତି । ଏହାସହ ବ୍ୟାଙ୍କ୍ ୟୁନିୟନ୍ ମଧ୍ୟ ବ୍ୟାଙ୍କ୍ ଏକୀକରଣର ଏହି ଯୋଜନା ବିରୋଧରେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଧର୍ମଘଟ କରିବା ପାଇଁ ଧମକ ଦେଇଛନ୍ତି । ତେବେ ଆପଣଙ୍କୁ କହିରଖୁଛୁ ଯଦି ୨୫ ରୁ ୨୭ ସେପ୍ଟେମ୍ବର ଭିତରେ ବ୍ୟାଙ୍କ କର୍ମଚାରୀ ଧାରଣା ରଖୁଛନ୍ତି ତେବେ ୪ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ ଏବଂ ୨୮ ତାରିଖଟି ଚତୁର୍ଥ ଶନିବାର ଏବଂ ୨୯ ରବିବାର ରହୁଥିବାରୁ ବ୍ୟାଙ୍କ୍ ଛୁଟି ରହିବ ।

ଏଥିପାଇଁ ଆପଣଙ୍କୁ ନାହିନଥିବା ଅସୁବିଧା ଭୋଗିବାକୁ ପଡିପାରେ । ତେଣୁ ଆଗର ସଜାଗ ହୋଇ ବ୍ୟାଙ୍କର ଯାହା କାମ ରହିଛି ସାରିଦିଅନ୍ତୁ । ଷ୍ଟ୍ରାଇକ୍ କରିବା ପଛରେ ବ୍ୟାଙ୍କ୍ କର୍ମଚାରୀଙ୍କ ମୂଳଲକ୍ଷ୍ୟ ଦରମା ବୃଦ୍ଧି ଏବଂ ସପ୍ତାହରେ ୫ ଦିନ କାମ କରିବାକୁ ନେଇ ରହିଛି । ଅଲ୍ ଇଣ୍ଡିଆ ବ୍ୟାଙ୍କ୍ ଅଫିସର୍ସ କନଫେଡରେସନ୍ (ଏଆଇବିଓସି) , ଅଲ୍ ଇଣ୍ଡିଆ ବ୍ୟାଙ୍କ୍ ଅଫିସର୍ସ ଆସୋସିଏସନ୍ (ଏଆଇବିଓଏ) , ଇଣ୍ଡିଆନ୍ ନ୍ୟାଶନାଲ୍ ବ୍ୟାଙ୍କ୍ ଅଫିସର୍ସ କଂଗ୍ରେସ (ଆଇଏନବିଓସି) ଏବଂ ନ୍ୟାଶନାଲ୍ ଅର୍ଗନାଇଜେସନ୍ ଅଫ୍ ବ୍ୟାଙ୍କ୍ ଅଫିସର୍ସ (ଏନଓବିଓ) ର କର୍ମଚାରୀ ଏହି ଧାରଣାରେ ସାମିଲ୍ ଅଛନ୍ତି ।