ଆମେରିକାରୁ ଇଣ୍ଡିଆ, ୨୧ ଫର୍ଦ୍ଦର ମୁଖ୍ୟ ଖବର

143

କନକ ବ୍ୟୁରୋ: ୨୦୨୧ରେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରସଙ୍ଗ ଚର୍ଚ୍ଚା ସାଉଁଟିଛି । ବାଦ ବିବାଦ ଭିତରେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ହେଲେ ଜୋ ବାଇଡେନ୍ । ସେପଟେ ଆଫଗାନିସ୍ତାନ ଉପରେ ତାଲିବାନ ରାଜୁତିର ଦୟନୀୟ ଚିତ୍ର ଦେଖିଲା ବିଶ୍ୱ । ସେହିପରି ବର୍ଷ ଶେଷରେ ବର୍ଷାଧିକ ଧରି ଆନ୍ଦୋଳନ କରୁଥିବା ଚାଷୀଙ୍କ ମହାବିଜୟ ହୋଇଥିଲା ।

ଆମେରିକାରେ ଶେଷ ହେଲା ଟ୍ରମ୍ପ ଯୁଗ
ବର୍ଷ ଆରମ୍ଭରୁ ଆମେରିକାରେ କଡ଼ ଲେଉଟାଉଥାଏ ରାଜନୀତି । ଆମେରିକା ଉପରେ ସାରା ବିଶ୍ୱର ନଜର କେନ୍ଦ୍ରିତ ହୋଇଥିଲା । ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରତ୍ୟାଖ୍ୟାନ କରିଥାନ୍ତି ଆମେରିକାବାସୀ । ଡେମୋକ୍ରାଟ ଜୋ ବାଇଡେନ୍ ହାତରେ ଦେଇଥାନ୍ତି ଦେଶର ଭବିଷ୍ୟତ । ହେଲେ ଏଥର ସହଜ ହୋଇନଥିଲା ବିଶ୍ୱର ସର୍ବପୁରାତନ ଗଣତାନ୍ତ୍ରିକ ଦେଶ ଆମେରିକାରେ କ୍ଷମତା ହସ୍ତାନ୍ତର । କ୍ୟାପିଟାଲ ବିଲ୍ଡିଂରେ ହିଂସାକାଣ୍ଡ, ରକ୍ତାକ୍ତ ସଂଘର୍ଷ ମଧ୍ୟ ଦେଖିଥିଲା ଆମେରିକା । ବାଦ ବିବାଦ ଭିତରେ ରାଷ୍ଟ୍ରପତି ହୋଇଥିଲେ ଜୋ-ବାଇଡେନ୍ । ପ୍ରଥମ ମହିଳା, ପ୍ରଥମ ଏସୀୟ ବଂଶଦ୍ଭୋବ ଭାବେ ଉପରାଷ୍ଟ୍ରପତି ହୋଇଥିଲେ ଭାରତୀୟ ବଂଶଜ କମଳା ହାରିସ ।

ଆଫଗାନିସ୍ତାନର ହାତ ଛାଡିଲା ଆମେରିକା
ଫେରିଲା ତାଲିବାନ ଶାସନ
ବର୍ଷ ସରି ଆସୁଥିବା ବେଳେ ବିଶ୍ୱ ରାଜନୀତିକୁ ଚହଲାଇ ଦେଇଥିଲା ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ଅପସାରଣ । ୨୦ ବର୍ଷ ପରେ ଆତଙ୍କବାଦୀ ସଂଗଠନ ତାଲିବାନ, ବନ୍ଧୁକ ମୂନରେ ଦଖଲ କରି ନେଇଥିଲା କାବୁଲ । ପରିସ୍ଥିତି ଏପରି ହେଇଥିଲା ଯେ ଆଫଗାନୀବାସୀ ନିଜ ମାଟି ଛାଡିବାକୁ ହିଁ ସ୍ଥିର କରିନେଇଥିଲେ ।

ଦିଦିଙ୍କୁ ମିଳିଲା ସଫଳତା
୩ କୃଷି ଆଇନ ବିରୋଧରେ ଚାଷୀଙ୍କ ମହାବିଜୟ
ବର୍ଷ ୨୦୨୧ ରେ ପଶ୍ଚିମବଙ୍ଗ ସମେତ ୫ ରାଜ୍ୟରେ ହୋଇଥିଲା ନିର୍ବାଚନ । ହେଲେ ସମସ୍ତଙ୍କୁ ଚମକାଇ ଦେଇଥିଲା ପଶ୍ଚିମବଙ୍ଗର ଫଳାଫଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ରଣନୀତିକୁ ମାତ୍ ଦେଇ ପୁଣିଥରେ ସରକାର ଗଢ଼ିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ବର୍ଷ ଶେଷ ଆଡକୁ ଶାହାରୁଖ ଖାନଙ୍କ ପୁଅ ଆରୟନ୍ ଖାନ୍ ଡ୍ରଗ୍ସ ମାମଲାରେ ଜେଲ୍ ଯିବା ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ ନୂଆ କୃଷି ବିଲ୍ ବିରୋଧରେ ଚାଲିଥିବା ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଶେଷରେ ଚାଷୀଙ୍କ ଦାବି ମାନି ନେଇଥିଲେ ସରକାର । ପ୍ରତ୍ୟାହାର ହୋଇଥିଲା ବିବାଦୀୟ କୃଷି ବିଲ୍ ।

ଦହଗଞ୍ଜ କଲା କରୋନା
ବର୍ଷ ଆରମ୍ଭରୁ ଟିକାକରଣ ଅନେକ ଆଶା ଦେଖାଇଥିଲା । କିନ୍ତୁ କରୋନାର ଦ୍ୱିତୀୟ ଲହର କାହାର ଆଶାକୁ ଧୂଳିସାତ କରିଥିଲା ତ ଆଉ କାହାକୁ ନିଜ ଲୋକଙ୍କଠୁ ଦୂରେଇ ଦେଇଥିଲ।। ଅକ୍ସିଜେନ୍ ସଂକଟ, ହସପିଟାଲ ବେଡ, ଆଇସିୟୁ ସଂକଟ ହାହାକାର ପରିସ୍ଥିତି ସୃଷ୍ଟି କରିଥିଲା । ପୁଣିଥରେ ଲକ୍ଡାଉନ୍, ସଟଡାଉନ କଟକଣା ଭିତରେ ଦୁର୍ବିସହ ହୋଇ ପଡ଼ିଥିଲା ଜୀବନ ।

ବିରାଟଙ୍କ ହାତରୁ ଖସିଲା କ୍ୟାପଟେନ ଭାର !
ଭାରତୀୟ କ୍ରିକେଟରେ ହୋଇଛି ବଡ଼ ପରିବର୍ତନ । ଟି-୨୦ ବିଶ୍ୱକପ୍ରେ ସେମିଫାଇନାଲରୁ ଭାରତ ବାଦ ପଡ଼ିବା ପରେ ଟି-୨୦ ଓ ଦିନିକିଆ ଅଧିନାୟକ ପଦରୁ ହଟିଛନ୍ତି ବିରାଟ କୋହଲି । ରୋହିତ ଶର୍ମା ଏବେ ଏହି ଦୁଇ ଫର୍ମାଟର ଅଧିନାୟକ । ତେବେ ଏହାକୁ ନେଇ ବେଶ ରୋଚକ ହୋଇଛି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ବିରାଟ କୋହଲିଙ୍କ ମଧ୍ୟରେ କଥା କଟାକଟିା
ସେହିପରି ବର୍ଷ ଶେଷ ଆଡକୁ ଶାହାରୁଖ ଖାନଙ୍କ ପୁଅ ଆରୟନ୍ ଖାନ୍ ଡ୍ରଗ୍ସ ମାମଲାରେ ଜେଲ୍ ଯିବା ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା ।