କନକ ବ୍ୟୁରୋ: ଖଲିସ୍ତାନୀ ଓ ଗ୍ୟାଙ୍ଗଷ୍ଟର୍ସଙ୍କୁ ମୂଳପୋଛ କରିବାକୁ ଆକ୍ସନ ମୋଡରେ ମୋଦୀ ସରକାର । ଏଥିପାଇଁ ଅକ୍ଟୋବର ୫ଓ ୬ ଦୁଇଦିନ ଦେଶର ଗୁରୁତ୍ୱପୂଣ୍ଣ ଯାଞ୍ଚ ଏଜେନ୍ସି NIA, IB, RAW, ATSକୁ ନେଇ ବସିବ ବଡ ବୈଠକ । ଏହି ବୈଠକରେ ସବୁ ଏଜେନ୍ସି ଏକାଠି ମିଶି କାମ କରିବା ଏବଂ ଏହାର ଆକ୍ସନ୍ ପ୍ଲାନ ଉପରେ ଆଲୋଚନା ହେବ ।

Advertisment

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା କରାଯିବା ପ୍ରସଙ୍ଗକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏମାନଙ୍କ ନେଟୱାର୍କକୁ ମୂଳପୋଛ କରିବାକୁ ଆକ୍ସନ୍ ମୋଡକୁ ଆସିଛନ୍ତି ମୋଦୀ ସରକାର । ବିଶେଷ କରି ପଞ୍ଜାବରେ ଖଲିସ୍ତାନୀଙ୍କ ଉପରେ ଲଗାମ ଲଗାଇବାକୁ ଦେଶର ସମସ୍ତ ସୁରକ୍ଷା ଏଜେନ୍ସି ମିଳିତଭାବେ ଆଗେଇଛନ୍ତି । ଖଲିସ୍ତାନୀ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ କରି ଏମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଏନଆଇଏ ଘୋଷଣା କରିଥିବାବେଳେ ଏବେ ଏମାନଙ୍କ ନେଟୱାର୍କକୁ ସମୂଳେ ନାଶ କରିବାକୁ ଟାର୍ଗେଟ କରିଛି । ଏହି କ୍ରମେରେ ଖଲିସ୍ତାନୀଙ୍କ ଗିତିବିଧି, ଆତଙ୍କବାଦୀ ଗତିବିଧି, ଫଣ୍ଡିଙ୍ଗ ଓ ଗ୍ୟାଙ୍ଗଷ୍ଟରଙ୍କୁ ନିପାତ କରିବାକୁ ଦିଲ୍ଲୀରେ ବସିବ ସବୁ ଏଜେନ୍ସିଙ୍କ ବଡ ବୈଠକ ।