କନକ ବ୍ୟୁରୋ: ଜାରି ରହିଛି ମାଓବାଦୀ ନିପାତ ଅପରେସନ୍ । ଛତିଗଡରେ ପୁଣି ବଡ ଏନକାଉଣ୍ଟର କଲେ ଯବାନ । ୧୮ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୁଚନା। ଛତିଶଗଡ଼ କାଙ୍କେର ଜିଲ୍ଲା ଛୋଟେବେଟିଆ ଥାନା କଲପର ଜଙ୍ଗଲରେ ହୋଇଛି ଏନକାଉଣ୍ଟର।
ତେବେ ମାଓ ଅପରେସନ୍ ଘଟଣା ସ୍ଥଳରୁ ୧୮ ମାଓବାଦୀଙ୍କ ସମେତ ୭ଟି ଏକେ୪୭ ବନ୍ଧୁକ, ୩ ଏଲଏମଜି ବନ୍ଧୁକ ଜବତ ମଧ୍ୟ କରିଛନ୍ତି ଯବାନ । କିନ୍ତୁ ପୁଲିସ ପକ୍ଷରୁ ଏନେଇ ଔପଚାରିକ ଭାବେ ସୁଚନା ଦିଆଯାଇ ନାହିଁ। ଏହି ଗୁଳି ବିନିମୟରେରେ ଜଣେ ବିଏସଏଫ୍ ଇନ୍ସପେକ୍ଟର ସମେତ ୨ ଯବାନ ଆହତ ମଧ୍ୟ ହୋଇଛନ୍ତି । ଅନ୍ୟପଟେ ଏବେ ବି ଘଟଣା ସ୍ଥଳରେ ଗୁଳି ବିନିମୟରେ ଜାରି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/19-17.jpg)