ପୋଲିସ ଜାଲରେ ବଡଧରଣର ଲୁଟେରା ଗ୍ୟାଙ୍ଗ । ୧୧ ଜଣ ଲୁଟେରାଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ । ୫ ଲକ୍ଷ ୮୯ ହଜାର ଟଙ୍କା, ଗୋଟେ ବନ୍ଧୁକ, ୨ଟି ଗୁଳି ଓ ସୁନାଅଳଙ୍କାର ଜବତ ।

129

କନକ ବ୍ୟୁରୋ : ଯାଜପୁର ଧର୍ମଶାଳାରେ ଲୁଟତରାଜ ଚଳାଇଥିବା ୧୧ ଲୁଟେରାଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ । ଧର୍ମଶାଳାର ବିଭିନ୍ନ ସ୍ଥାନରୁ ସେମାନଙ୍କୁ ଗିରଫ କରିଛି ପୋଲିସ୍ । ଏଥିସହ ସେମାନଙ୍କ ନିକଟରୁ ୫ଲକ୍ଷ ୮୯ ହଜାର ଟଙ୍କା ଗୋଟେ ବନ୍ଧୁକ ୨ଟି ଗୁଳି, ୭୬ ଗ୍ରାମ ସୁନ, ୧୨ କେଜି ୨ଶହ ଗ୍ରାମ ରୂପା ଅଳଙ୍କାର ଜବତ ହୋଇଛି ।

ଗତ ୬ତାରିଖରେ ବ୍ରହ୍ମବରଦା ଅଂଚଳରେ ଜଣେ ସୁନା ଦୋକାନୀଙ୍କଠାରୁ ଲୁଟ ହୋଇଥିଲା । ତେବେ ଏହି ଦୁର୍ବୃତ୍ତମାନେ ତାଙ୍କୁ ବାଟରେ ଅଟକାଇ ଲୁଟ୍ କରିଥିଲେ । ଏହି ଘଟଣାରେ ଆଜି ଧର୍ମଶାଳା ପୋଲିସକୁ ବଡ ସଫଳତା ମିଳିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସପି ସୂଚନା ଦେଇଛନ୍ତି ।

ତେବେ ଆଜି କଟକରେ ମଧ୍ୟ ଏକ ବଡ ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ଏଥିରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ଦାମି ଅଳଙ୍କାର ଜବତ ହୋଇଛି । ଏହି ଗ୍ୟାଙ୍ଗ ଚୌଦ୍ୱାର ଲୁଟରେ ସାମିଲ ଥିବା ପୋଲିସ ସୂଚନା ଦେଇଛି ।