ଛୋଟ ନିର୍ବାଚନ ପଛରେ ବଡ଼ ନେତା । ଯୋଡ଼ା ଟ୍ରକ ମାଲିକ ସଂଘର ସଭାପତି ନିର୍ବାଚନ ପାଇଁ ଉଡିଲା ଟଙ୍କା ।

142

କନକ ବ୍ୟୁରୋ: ଯୋଡ଼ା ଟ୍ରକ ଆସୋସିଏସନର ଆଜି ଥିଲା କର୍ମକର୍ତା ନିର୍ବାଚନ । ସାଧାରଣ ନିର୍ବାଚନ ତୁଳନାରେ ଏହି ର୍ନିର୍ବାଚନ ଉପରେ ଅଧିକ ନଜର ପଡ଼ିଥାଏ । କାରଣ ସାଧାରଣ ନିର୍ବାଚନ ତୁଳନାରେ ଏଠାରେ ଟ୍ରକ ମାଲିକ ସଂଘ କର୍ମକର୍ତା ନିର୍ବାଚନରେ ଅଧିକ ଟଙ୍କା ଉଡ଼େ । ସଂଘର କର୍ମକର୍ତା ହେବାକୁ ଯାଉଥିବା ପ୍ରାର୍ଥୀମାନେ ସଦସ୍ୟ ଟ୍ରକ ମାଲିକଙ୍କ ଭୋଟ ପାଇବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରନ୍ତି । ପ୍ରାୟ ଅଧା ଭୋଟ ଟଙ୍କାରେ କିଣାଯାଏ ଓ ଗୋଟିଏ ଗୋଟିଏ ଭୋଟ ପାଇଁ ପ୍ରାର୍ଥୀମାନେ ୭୦/୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥାନ୍ତି ବୋଲି ଚର୍ଚ୍ଚା ହୁଏ ।

ରବିବାର କେନ୍ଦୁଝର ଯୋଡ଼ାରେ ଚାଲିଥିଲା ଯୋଡ଼ା ଟ୍ରକ ମାଲିକ ସଂଘ କର୍ମକର୍ତା ନିର୍ବାଚନ । ଯେକୌଣସି ସରକରୀ ନିର୍ବାଚନ ଭଳି ଏଠି ଛପାଯାଇଛି ବାଲାଟ ପେପର । ଆଉ କର୍ମକର୍ତାମାନେ ଛାପିଛନ୍ତି ପୁସିଂ କାର୍ଡ । ଭୋଟ ଦେବା ପାଇଁ ବୁଥରେ ଟ୍ରକ ମାଲିକଙ୍କ ଲମ୍ବା ଲାଇନ । ହେଲେ ଏହି ର୍ନିବାଚନ ଯେ ଏତେ ବ୍ୟୟବହୁଳ ହୋଇପଡ଼ିଲାଣି ଆପଣ ଜାଣିଲେ ତାଜୁବ ହେବେ । ଅଧିକାଂଶ ଭୋଟ ପାଇବା ପାଇଁ ଆଶାୟୀ ପ୍ରାର୍ଥୀମାନେ ସଦସ୍ୟ ଟ୍ରକ ମାଲିକମାନଙ୍କୁ ବିଳାବ୍ୟସନରେ ରଖିିବା ସହ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ଅଧା ଭୋଟ ହାସଲ କରିବା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଭୋଟ ଖଣ୍ଡକ ପାଇଁ ୧୦ ହଜାରରୁ ଆରମ୍ଭ କରି ୭୦/୮୦ ଟଙ୍କା ପର୍ଯ୍ୟନ୍ତ ଉଡ଼ାଇ ଦିଆଯାଏ ବୋଲି କେତେକ କୁହନ୍ତି ।

ଲୁହାଖଣି ଭରା ଯୋଡ଼ା ଅଂଚଳରୁ ବିଭିନ୍ନ ବନ୍ଦରକୁ ଲୁହାପଥର ବୋହିବା ପାଇଁ ଟ୍ରକ କାମରେ ଲାଗିଥାଏ । ଯୋଡ଼ା ଟ୍ରକ ମାଲିକ ସଂଘ ଅଧୀନରେ ପ୍ରାୟ ୪ ହଜାର ଟ୍ରକ ମାଲ ପରିବହନ କରିଥାନ୍ତି । ସିରାଜୁଦ୍ଦିନ, ଇନ୍ଦ୍ରାଣୀ ପଟ୍ଟନାୟକ, ଜେଏସଡବ୍ଲ୍ୟୁ, ମିତ୍ତଲ, ସାରଦା ଖଣି ଭଳି ଲୁହାପଥର ଖଣିରୁ ମୁଖ୍ୟତଃ ପାରାଦୀପ, ଗୋପାଳପୁର ଓ ହଳଦିଆ ବନ୍ଦରକୁ ଟ୍ରକ ଯୋଗେ ଲୁହାପଥର ରପ୍ତାନୀ କରାଯାଇଥାଏ । ତେବେ ଏହି ବ୍ୟୟବହୁଳ ନିର୍ବାଚନରେ ଲଗାମ ଲାଗିବା ଉଚିତ ବୋଲି ଅନେକ ମତଦିଅନ୍ତି ।