କନକ ବ୍ୟୁରୋ: ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ପୁଣିଥରେ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ବର୍ତ୍ତମାନ ସେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିଛନ୍ତି । ସୂଚନା ଅନୁସାରେ ଯେଉଁ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଉଛି ସେମାନଙ୍କୁ ଏହା ପୂର୍ବରୁ କୌଣସି ସୂଚନା ଦିଆଯାଇନାହିଁ । ସେମାନଙ୍କୁ ଇମେଲ ଆକ୍ସେସକୁ ବନ୍ଦ କରିଦିଆଯାଇଛି । ଏଲନ ମସ୍କ ଟ୍ୱିଟରକୁ ନିଜ ହାତକୁ ନେବା ପରେ ପାଖପାଖି ୫୦ ପ୍ରତିଶତ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିସାରିଛନ୍ତି ।
ତେବେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ୪୪୦୦ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ବାହାର କରିଦିଆଯାଇଛି । ଏସମସ୍ତଙ୍କୁ ବିଦା କରିବା ପୂର୍ବରୁ କୌଣସି ପ୍ରକାର ନୋଟିସ ଦିଆଯାଇନଥିଲା । ପୂର୍ବରୁ ମସ୍କ ୩୮୦୦ କର୍ମଚାରୀଙ୍କୁ ବିଦା କରିଥିବା ବେଳେ ବର୍ତ୍ତମାନ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଚାକିରରୁ ଛଟେଇ କରିଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/musk.jpg)