ଟ୍ୱିଟରର ରାସ୍ତାରେ ବଡ ବଡ ଆଇଟି କମ୍ପାନି I ଆଇଟି କମ୍ପାନି ମାନଙ୍କ ପାଇଁ ଆଗକୁ ମାନ୍ଦାବସ୍ଥା !

386

କନକ ବ୍ୟୁରୋ : ବଡ କମ୍ପାନି, ହଜାର ହଜାର କର୍ମଚାରୀ, ତେବେ ଶୀତ ଋତୁ ଆସୁ ଆସୁ, ବିଶାଳ ଟେକ୍ନୋଲୋଜି କମ୍ପାନି ଯେପରି ମାନ୍ଦାବସ୍ଥାରେ ସଙ୍କୋଚିତ ହେବାରେ ଲାଗିଛନ୍ତି I ଗତ ୧ ବର୍ଷରେ ପରିସଂଖ୍ୟାନରେ ମିଳୁଛି ଡରାଇଲା ଭଳି ତଥ୍ୟ I ବଡ କମ୍ପାନିରେ ସୁନେଲି ଭବିଷ୍ୟତ ସ୍ବପ୍ନନେଇ ଚାକିରି କରିଥିବା ୧ ଲକ୍ଷ ୩୦ ହଜାର ଆଇଟି ଓ ଟୋକ୍ନୋଲୋଜି ପ୍ରଫେସନାଲ ହରାଇଛନ୍ତି ଚାକିରି I ଆଶଙ୍କା ଘାରିଛି ଆଇଟି ଜଗତ ଫସିବାକୁ ଯାଉଛି ବଡ ମାନ୍ଦା ବସ୍ଥା ମଧ୍ୟରେ I

ଟ୍ୱିଟରର ରାସ୍ତାରେ ବଡ ବଡ ଆଇଟି କମ୍ପାନି
ଫେସବୁକର ମୂଳ କମ୍ପାନି ମେଟା ଓ ଟ୍ୱିଟରରେ ବଡ ଧରଣର ଛଟେଇ ସଙ୍କେତ ଦେଉଛି ଆଇଟି କମ୍ପାନୀମାନେ ସଙ୍ଗୀନ ପରିସ୍ଥିତି ଆଡକୁ ଗତି କରୁଛନ୍ତି I କମ୍ପାନି ଗୁଡିକର ରାଜସ୍ବ କମିବା, ମୁଦ୍ରାସ୍ଫିତି ସମସ୍ୟା ଓ ୟୁକ୍ରେନ ରୁଷ ଯୁଦ୍ଧ ବିଶ୍ବକୁ ଟାଣି ନେଉଛି ଅସ୍ଥିରତା ସହ ମାନ୍ଦାବସ୍ଥା ମଧ୍ୟକୁ I  ଆକ୍ଟୋବର ୨୮ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଇଲନ ମସ୍କ ୪୪୦୦ କୋଟି ଡଲାରରେ ଟ୍ୱିଟର କିଣିବା ପର ଠାରୁ ପ୍ରତ୍ୟେକ ଦିନ ଏହି ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନି ଦିନକୁ ୪୦୦ କୋଟି ଡଲାର କ୍ଷତି ସହୁଥିବା କମ୍ପାନି ପକ୍ଷରୁ କୁହାଯାଉଛି I ଟ୍ୱିଟର ପକ୍ଷରୁ ଏହାକୁ ଛଟେଇର ବଡ କାରଣ କୁହାଯାଉଥିବା ବେଳେ, ଭାରତୀୟ କମ୍ପାନି ଗୁଡିକରେ ମଧ୍ୟ ମନ୍ଦାବସ୍ଥା ନିଆଁର ଧାସ ବାଜିଛି I  ମୁନ ଲାଇଟିଂ ବା ଚାକିରି କରୁଥିବା କମ୍ପାନି ସହ ଅନ୍ୟ କମ୍ପାନି ମାନଙ୍କ ପାଇଁ କାମ କରୁଥିବା ଅଭିଯୋଗରେ ଭାରତୀୟ ଆଇଟି କମ୍ପାନି ମାନେ କର୍ମଚାରୀଙ୍କୁ ଛଟେଇ କରିବାରେ ଲାଗିଛନ୍ତି ଓ ଯାହାର ମୂଳ ଉଦେଶ୍ୟ ଖର୍ଚ୍ଚ କମାଇବା ଦର୍ଶାଯାଉଛି I

ଆଇଟି କମ୍ପାନି ମାନଙ୍କ ପାଇଁ ଆଗକୁ ମାନ୍ଦାବସ୍ଥା
ଅର୍ଥନୀତିଜ୍ଞ ମାନେ ଅତି ସତର୍କତାର ସହ ବିଶ୍ବର ଏହି ଅର୍ତନୈକିତ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି I  ସେମାନଙ୍କ ମତରେ ବିଶ୍ବର ବଡ ଅର୍ଥନୀତି ଆମେରିକା ଏବେ ମାନ୍ଦାବସ୍ଥା ମୁହାଁ ରହିଛି I  ଯାହାର ଫଳ ସ୍ବରୂପ ଟେକ୍ନୋଲୋଜି କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି I ନିବେଶକ ଟେକ୍ନୋଲୋଜି କମ୍ପାନିରେ ପୁଞ୍ଜିବିନିଯୋଗ କରିବା ନେଇ ଆଶଙ୍କା ପ୍ରକାଶ କରୁଛନ୍ତି I ଯେହେତୁ ଟେକ୍ନୋଲୋଜି କ୍ଷେତ୍ର ପ୍ରଭାବିତ ହେଉଛି, ଆଇଟି କ୍ଷେତ୍ର ଟେକ୍ନୋଲୋଜି କ୍ଷେତ୍ର ଉପରେ ନିର୍ଭଶୀଳ ଏହି ମାନ୍ଦାବସ୍ଥାରୁ କିଭଳି ଆଇଟି କମ୍ପାନି ବର୍ତ୍ତୀ ପାରିବ ସେ ନେଇ ପ୍ରଶ୍ନ ଉଠିଛି I ବର୍ତ୍ତମାନ ସ୍ଥିତିରେ ମୁନଲାଇଟିଂ ନାଁରେ ଭାରତୀୟ ଆଇଟି କମ୍ପାନି ଛଟେଇ କରୁଛନ୍ତି I ପେଟିଏମ୍ ଭଳି କମ୍ପାନିର ୨କୋଟି ୯୦ ଲକ୍ଷ ସେୟାର ସଫ୍ଟବ୍ୟାଙ୍କ ବିକି ଦେଇଛନ୍ତି I  ବିଶ୍ବର ବଡ ଆଇଟି ଓ ଟେକ୍ନୋଲୋଜି କମ୍ପାନି ମାଇକ୍ରୋସଫ୍ଟ I  ଆମାଜନରେ ଏବେ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଛି ଓ ମାଇକ୍ରୋସଫ୍ଟରୁ ୧ ହଜାର କର୍ମଚାରୀ, ନେଟଫ୍ଲିକ୍ସରୁ ୫୦୦, ସ୍ନାପଚାଟରୁ ୧୦୦୦ କର୍ମଚାରୀଙ୍କୁ ନିକଟରେ ଛଟେଇ କରାଯାଇଛି I   ଆମାଜନ ପରି ବଡ କମ୍ପାନିର କର୍ମଚାରୀ ସଂଖ୍ୟା ୨୭ ହଜାରକୁ ଖସି ଥିବା ବେଳେ କମ୍ପାନି ପକ୍ଷରୁ ଏହାକୁ ଛଟେଇ ନୁହେଁ କର୍ମଚାରୀମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଚାକିରି ଛାଡୁଥିବା ଦର୍ଶାଯାଇଛି I ଏହା ମଧ୍ୟରେ ମେଟା ୧୧୦୦୦ କର୍ମଚାରୀଙ୍କୁ ହଟାଇବା ପାଇଁ ଘୋଷଣା କରିଥିବା ବେଳେ ଟୁଇଟର ୭୫୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଟାର୍ଗେଟ ରଖିଛି I  ମେଟା ଓ ଟୁଇଟର ମାତ୍ରାଧିକ ବିଜ୍ଞାପନ ଆୟ କମିଛି ଓ ଏହା ସହ ପ୍ରାଇଭେସି ଅପଡେଟ ପେମେଣ୍ଡ ବାବଦରେ ଏହି କମ୍ପାନି ଗୁଡିକ ୩୧୦୦ କୋଟି ଡଲାର ହରାଇଛନ୍ତି I

ଟେକ୍ନୋଲୋଜି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ସମସ୍ୟା

ବିଶ୍ବରେ ପୁଞ୍ଜି ବିନିଯୋଗ ପ୍ରକ୍ରିୟା ଧିମେଇଛି, ପ୍ରତିଯୋଗିତା ବଢିଛି, ଖର୍ଚ୍ଚ କମାଇବା ପାଇଁ କମ୍ପାନି ଗୁଡିକ ପାଖରେ ମାନବସମ୍ବଳ କମ କରିବା ବ୍ୟତିତ ଅନ୍ୟ ଉପାୟ ନାହିଁ I ସେବା ଓ ଅନ୍ୟ କ୍ଷେତ୍ରରେ ଅଗ୍ରଗତି ଉପରେ ନିର୍ଭରଶୀଳ ଥିବା ଆଇଟି କମ୍ପାନଗୁଡିକରେ କରୋନା ପରିସ୍ଥିତି ପରେ କମ୍ ଆଉଟସୋର୍ସିଂ କାମ ପାଉଥିବା ବେଳେ, କମ୍ପାନିଗୁଡିକ କମ ମାନବ ସମ୍ବଳରେ ବ୍ୟବହାର କରି କାମ କରାଇବା ପାଇଁ ଚେଷ୍ଟା ଚଳାଇଛନ୍ତି I   ଏହା ମଧ୍ୟରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆଇଏମ୍ଏଫ୍ ଭାରତର ଅର୍ଥନୀତି ଅଗ୍ରଗତି ଆକଳନ ୨୦୨୩ ପାଇଁ ୬.୮ ପ୍ରତିଶତ କମାଇଛି I

ଆଶା ଆଶଙ୍କାରେ ଭରତୀୟ ଆଇଟି କମ୍ପାନି

ଆମେରିକା ଅର୍ଥନୀତି ପରିସ୍ଥିତି ଉପରେ ଭାରତୀୟ କମ୍ପାନି ଲକ୍ଷ ରଖିଛନ୍ତି ଓ ଏହି ଅର୍ଥନୀତିର ପ୍ରଭାବ ସେମାନଙ୍କ ଉପରେ ପଡିବ ନାହିଁ ବୋଲି ଆଶା ରଖିଛନ୍ତି I  ଅନ୍ୟପକ୍ଷରେ ଇନଫୋସିସ୍, ଟିସିଏସ୍ , ୱିପ୍ରୋ ଏପରିକି ବାଇଜୁ ପରି ଶିକ୍ଷା କ୍ଷେତ୍ରରେ କାମ କରୁଥିବା କମ୍ପାନି କର୍ମାଚାରୀ ସଂଖ୍ୟା କମାଇଛନ୍ତି I  ମୁନଲାଇଟିଂ ପାଇଁ ୱିପ୍ରୋର ୩୦୦ କର୍ମଚାରୀଙ୍କ ଛଟେଇ ହେବା ପରେ ଇନଫୋସିସ ପକ୍ଷରୁ ମୁନଲାଇଟିଂ କରୁଥିବା କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରାଯାଇଥିବା କୁହାଯାଇଛି I  ତେବେ ଇନଫୋସିସ୍ ଚଳିତ ଆର୍ଥିକ ବର୍ଷର ମଧ୍ୟ ଭାଗ ସୁଦ୍ଧା ୪୦ ହଜାର ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି ବୋଲି କହିଛି I  ଏହା ସହ କମ୍ପାନିର ଲାଭାଂଶ ୫୩୬୦ କୋଟିରୁ ୬୦୨୧ କୋଟିକୁ ବଢିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ଓ ବିଶେଷ କରି ଆମେରିକା ଓ ୟୁରୋପର ବ୍ୟାଙ୍କିଙ୍ଗ , ରିଟେଲ, ୟୁଟିଲିଟି ଓ ହେଲଥ କେୟାର କ୍ଷେତ୍ରରେ କାମ କରୁଥିବା ଇନଫୋସିସର ବର୍ଷକ ମଧ୍ୟରେ ଆୟ ମଧ୍ୟ ୩.୬ ପ୍ରତିଶତ କମିଛି I  ଏଚସିଲ୍ ଏହାର ନିଯୁକ୍ତି ପ୍ରକ୍ରିୟା ୨ ହଜାର ମଧ୍ୟରେ ସିମିତ ରଖିଥିବା ବେଳେ ଏହାର ଲାଭାଂଶ ୧୭ ପ୍ରତିଶତକୁ କମିଛି I

ଆମେରିକା, ଚୀନ ଓ ୟୁରୋପିଅର ଅର୍ଥନୀତି ବଢାଉଛି ମାନ୍ଦାବସ୍ଥା

ଆମେରିକା, ଚୀନ ଓ ୟୁରୋପିଅ ଦେଶରେ ଅଭିବୃଦ୍ଧି ହ୍ରାସ ପ୍ରଭାବ ପଡିଛି ସାରା ବିଶ୍ବ ଅର୍ଥନୀତି ଉପରେ I  ଆମେରିକାରେ ମୁଦ୍ରାସ୍ଫିତି ପରିସ୍ଥିତି ଯୋଗୁଁ ଲୋକଙ୍କ କ୍ରୟ କରିବାର କ୍ଷମତା କମିଛି, ମୁଦ୍ରାନୀତି ଶକ୍ତ କରାଯାଇଥିବାରୁ ଅଭିବୃଦ୍ଧି ୨.୩ ପ୍ରତିଶତକୁ କମିଛି, ଆସନ୍ତା ବର୍ଷ ଏହା ୧ ପ୍ରତିଶତକୁ ଖସିବ ବୋଲି ଆଶଙ୍କା ଦର୍ଶାଯାଇଛି I  ଚଳିତ ବର୍ଷ ମୁଦ୍ରାସ୍ଫିତି ଆମେରିକାରେ ୬.୬ ପ୍ରତିଶତରେ ପହଞ୍ଚିବାକୁ ଥିବା ବେଳେ, ବିକାଶଶୀଳ ରାଷ୍ଟ୍ରରେ ମୁଦ୍ରାପ୍ଫିତି ୯.୫ ପ୍ରତିଶତରେ ପହଞ୍ଚିବା ବୋଲି ଆକଳନ କରାଯାଉଛି I  ଆମେରିକାରେ କମ୍ପାନିମାନେ ଏନରୋନ ଭଲି ସମସ୍ୟା ଦେଇ ଗତି କରୁଥିବା ବ୍ଲୁମବର୍ଗ ପକ୍ଷରୁ କୁହାଯାଇଛି I ଆଇଏମ୍ଏଫ୍ ପକ୍ଷରୁ ବିଶ୍ବରେ ଅଭିବୃଦ୍ଧି ହାର ୨୦୨୨ରେ ୨.୬ ପ୍ରତିଶତରୁ ୨ ପ୍ରତିଶତକୁ କମିବ ବୋଲି ଆକଳନ କରାଯାଉଛି ଓ ଏହା ଆଗମୀ ଦିନରେ ବେକାରୀ ଓ ଛଟେଇ ସମସ୍ୟାକୁ ବେଶୀ ବଢାଇବ ଏହା ଏକ ସ୍ପଷ୍ଟ ସଙ୍କେତ ଦେଉଛି I

ସେହିଭଳି ଗୁଗୁଲର ମୂଳ କମ୍ପାନୀ ଆଲଫାବେଟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।  ଅମାଜନ, ଟ୍ୱିଟର ପରେ ଆଲଫାବେଟ ବଡଧରଣର କର୍ମଚାରୀ ଛଟେଇ କରିବ। ଅନୁମାନ କରାଯାଉଛି କି କମ୍ପାନୀ ତାର ମୋଟ କର୍ମଚାରୀର ୬ ପ୍ରତିଶତ ଛଟେଇ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।