କନକ ବ୍ୟୁରୋ: ଆରମ୍ଭ ହୋଇଛି ଆଇପିଏଲ ଅକ୍ସନର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ କିନ୍ତୁ ବିଦେଶର ବଡ ବଡ ଖେଳାଳିଙ୍କୁ କୌଣସି ଦଳ କିଣିନାହାନ୍ତି । ଟି-୨୦ରେ ସେମାନଙ୍କ ଦୁର୍ଦ୍ଦଶ ରେକର୍ଡ ଥାଇ ମଧ୍ୟ ସେମାନେ ଅଲୋଡା ହୋଇଛନ୍ତି । ଏହି ଲିଷ୍ଟରେ ସାମିଲ ଅଛନ୍ତି ଚାମ୍ପିୟନ ଦଳର ଅଧିନାୟକ । ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ଓ ଇଂଲଣ୍ଡର ଅଧିନାୟକ ଇୟନ ମୋର୍ଗାନ ଏଥର ଅନ ସୋଲ୍ଡ ରହିଛନ୍ତି ।
ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ମାର୍ନସ ଲାବ୍ରୁଚେଞ୍ଜ ଓ ଡେୱିଡ ମାଲାନଙ୍କୁ ମଧ୍ୟ କୌଣସି ଦଳ କିଣିନାହାନ୍ତି । ଏହି ଦୁଇ ଖେଳାଳି ଟି-୨୦ କ୍ରିକେଟରେ ଭଲ ରେକର୍ଡ ଥାଇ ମଧ୍ୟ ଏମାନେ ଆଇପିଏଲରେ ଅଲୋଡା ହୋଇଛନ୍ତି । ସେହିପରି ଭାରତୀୟ ଖେଳାଳି ସୌରଭ ତିୱାରି ଓ ଚେତେଶ୍ୱର ପୂଜାରା ମଧ୍ୟ ଦ୍ୱିତୀୟ ଦିନ ଆରମ୍ଭରୁ ଅନସୋଲ୍ଡ ରହିଛନ୍ତି ।
Follow Us