କନକ ବ୍ୟୁରୋ : ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ଖାସକରି ମହିଳା, କୃଷକ, ଦଳିତ ଏବଂ ଯୁବପୀଢିଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ତେବେ ଜାଣନ୍ତୁ ବଜେଟରେ ହୋଇଥିବା ବଡ ଘୋଷଣା ବାବଦରେ ।  ମୋଟ୍ ବଜେଟର ପରିମାଣ ୩୯.୪୫ କୋଟି ।

Advertisment

ବ୍ୟାଙ୍କିଂ :-
ଆରବିଆଇ ୨୦୨୨-୨୩ରେ ଡ଼ିଜିଟାଲ କରେନ୍ସିଂ ଲଂଚ କରିବ
ଏଲଆଇସିର ଆଇପିଓ ଶିଘ୍ର ଆସିବ
ଇ-ପାସପୋର୍ଟ ବ୍ୟବସ୍ଥା ଜାରି କରାଯିବ
ଡ଼ାକ ଘରେ କୋର ବ୍ୟାଙ୍କିଂ ସେବା
ଡ଼ାକ ଘରେ ଏଟିଏମ ସୁବିଧା କରାଯିବ
ଟେଲିକମ୍ କ୍ଷେତ୍ରରେ ନୂଆ ନିଯୂକ୍ତି ସୁଯୋଗ
ବିମା ବଣ୍ଡ ଜାରି କରିବ ଆଇଆରଡ଼ିଏ
ଚଳିତ ବର୍ଷରୁ ଆରମ୍ଭ ହେବ ୫ଜି ସେବା
ଗାଁରେ ମିଳିବ ବ୍ରଡ଼ବ୍ୟାଣ୍ଡ ସୁବିଧା

ସ୍ୱାସ୍ଥ୍ୟ : -
ମହିଳାଙ୍କ ଓ ଶିଶୁଙ୍କ ପାଇଁ ପୋଷଣ ୨.୦ ଯୋଜନା
ସ୍ୱାସ୍ଥ୍ୟ ଭିତିଭୁମିକୁ ମଜଭୁତ କରିବାକୁ ଗୁରୁତ୍ୱ

ରେଲୱେ : -

ପିପିପି ମୋଡରେ କରାଯିବ ରେଳବାଇର ବିସ୍ତାର । ଷ୍ଟେସନଗୁଡିକ ମଧ୍ୟରେ ମଲଟି-ମଡେଲ କନେକ୍ଟିଭିଟି ହେବ । ପିଏମ ଗତି ଶକ୍ତି ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି । ୧୦୦ ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଗୋ ଟର୍ମିନାଲ ନିର୍ମାଣ କରାଯିବ । ଆଗାମୀ ୩ ବର୍ଷରେ ଦେଶରେ ୪ ଶହ ବନ୍ଦେ ଭାରତଟ୍ରେନ ଚାଲିବ । ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ୭ଟି ଇଂଜିନ ଉପରେ ଦେଶର ଅର୍ଥନୀତି ଦୌଡ଼ିବ । ‘କୱଚ୍’ ଯୋଜନାରେ ୨ ହଜାର କିଲୋମିଟର ବିଶ୍ୱସ୍ତରୀୟ ସୁରକ୍ଷିତ ରେଳପଥ ତିଆରି କରାଯିବ । ୮ଟି ନୂଆ ରୋପ ୱେ ତିଆରି ହେବ । ପ୍ରଦୁଷଣ ମୁକ୍ତ ଇନ୍ଧନ ଉପରେ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର ।

ନିଯୁକ୍ତି : -

୩୦ ଲକ୍ଷ ଅତିରିକ୍ତ ନିଯୁକ୍ତି ଲକ୍ଷ୍ୟ
ଆଗାମୀ ୨୫ ବର୍ଷ ପାଇଁ ବଜେଟରେ ରହିଛି ବ୍ଲୁ ପ୍ଲାନ୍
୬୦ ଲକ୍ଷ ନୂଆ ନିଯୁକ୍ତି ଦିଆଯିବ
ଦ୍ରୁତ ଗତିରେ ସୁଦୃଢ ହେଉଛି ଅର୍ଥନୀତି

କେଉଁ ଯୋଜନାକୁ କେତେ ?

ଯୁବବର୍ଗ- ୬୦ ଲକ୍ଷ ନିଯୁକ୍ତି
ଗରିବ- ୮୦ ଲକ୍ଷ ଘର
୮୦ ଲକ୍ଷ ଘର ପାଇଁ ୪୮ ହଜାର କୋଟି
କ୍ଷୁଦ୍ର-ମଧ୍ୟମ ଶିଳ୍ପ- ୬ ହଜାର କୋଟି ଟଙ୍କା
ଭିତିଭୂମି-୨୦ ହଜାର କୋଟି
କୃଷକ- ୨. ୩୭ ଲକ୍ଷ କୋଟି ଟଙ୍କା
୨୫ ହଜାର କିଲୋମିଟର ରାଜପଥ ତିଆରି ହେବ
‘ହର ଘର ନଲ’ ଯୋଜନା ପାଇଁ ୬୦ ହଜାର କୋଟି

କୃଷି : -
ଚଳିତ ବଜେଟରେ କୃଷି କ୍ଷେତ୍ରରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଇଛି । ରସାୟନ ମୁକ୍ତ କୃଷିକୁ ପ୍ରୋତ୍ସାହନ ଦିଆଯିବ । ୨୦୨୨-୨୩ ଆର୍ଥିକ ବର୍ଷରେ ଏମଏସପି ଦ୍ୱାରା ଚାଷୀଙ୍କ ଠାରୁ ରେକର୍ଡ଼ କ୍ରୟ କରିବାକୁ ଲକ୍ଷ୍ୟ ରହିଛି । ଚାଷୀଙ୍କୁ ମିଳିବ ଡ଼ିଜିଟାଲ ସେବା । ପାନୀୟ ଜଳ ଓ ଜଳସେଚନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ । ଜୈବିକ ଉପାୟରେ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବେ କେନ୍ଦ୍ର ସରକାର । ଏହାସହ ୫ଟି ବଡ଼ ନଦୀର ସଂଯୋଗୀକରଣ ହେବ ।

ଶିକ୍ଷା : -
ଚଳିତ ବଜେଟରେ ଛାତ୍ରଛାତ୍ରୀଙ୍କଙ୍କ ପାଇଁ ପ୍ରଧାନମନ୍ତ୍ରୀ ଇ –ବିଦ୍ୟା ଯୋଜନାର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ଇ-ବିଦ୍ୟା ଯୋଜନାରେ ୨ ଶହ ଚ୍ୟାନେଲରେ ଶିକ୍ଷାଦାନ କରାଯିବ । ଶିକ୍ଷାର ମାନକୁ ବଢାଇବା ପାଇଁ ଡିଟିଏଚ ସୁବିଧା ଦିଆଯିବ । ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ଆଂଚଳିକ ଭାଷାରେ ଶିକ୍ଷାଦାନ କରାଯିବ । ଗୋଟିଏ ଶ୍ରେଣୀ, ଗୋଟିଏ ଟିଭି ଚ୍ୟାନେଲରେ ପାଠାପଢା ହେବ । ଏହାସହ ୨ଲକ୍ଷ ଅତ୍ୟାଧୁନିକ ଅଙ୍ଗନୱାଡ଼ି କେନ୍ଦ୍ର ତିଆରି ହେବ । ଶିକ୍ଷା ଭଳି ସ୍ୱାସ୍ଥ୍ୟ ଭିତିଭୁମିକୁ ମଜଭୁତ କରିବାକୁ ସରକାର ଚେଷ୍ଟା କରିଛନ୍ତି । ମହିଳାଙ୍କ ଓ ଶିଶୁଙ୍କ ପାଇଁ ପୋଷଣ ୨.୦ ଯୋଜନା କରାଯାଇଛି ।

ଟ୍ୟାକ୍ସ : -
ପୁଣି ଅପରିବର୍ତ୍ତିତ ରହିଲା ଆୟକର ଛାଡ଼ ସୀମା । ବାର୍ଷିକ ଅଢେଇ ଲକ୍ଷ ପର୍ଯ୍ୟନ୍ତ ଆୟ କର ଉପରେ ଟିକସ ନାହିଁ । ଟ୍ୟାକ୍ସ ବ୍ୟବସ୍ଥାରେ ସୁଧାର ପାଇଁ ନୂଆ ବ୍ୟବସ୍ଥା ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଆୟକର ରିଟର୍ଣ୍ଣର ତ୍ରୁଟି ସୁଧାରିବା ପାଇଁ ବଢିଲା ସମୟସୀମା । ଆଇଟିଆର ତ୍ରୁଟି ସୁଧାରିବା ପାଇଁ ୨ ବର୍ଷର ମହଲତ ମିଳିବ । ଏହାସହ କର୍ପୋରେଟ୍ ଟିକସ ଉପରେ ସରଚାର୍ଜ ହ୍ରାସ ହୋଇଛି । ସରଚାଜ ୧୨ ପ୍ରତିଶତରୁ ଖସି ୭ ପ୍ରତିଶତ ହୋଇଛି । ସେହିଭଳି କର୍ପୋରେଟ୍ ଟିକସ ହାର କମାଇଛନ୍ତି ସରକାର । ୧୮ ପ୍ରତିଶତରୁ କମି ୧୫ ପ୍ରତିଶତ ହୋଇଛି । ଦିବ୍ୟାଙ୍ଗ ପାଇଁ ଟିକସ କୋହଳ କରାଯାଇଛି । ଏବଂ ପେନସନ ଭୋଗୀଙ୍କ ପାଇଁ ଟିକସ ସଂପୂର୍ଣ୍ଣ ଛାଡ଼ ଘୋଷଣା କରାଯାଇଛି । କିନ୍ତୁ କ୍ରିପ୍ଟୋ କରେନ୍ସି ଆୟ ଉପରେ ୩୦ % ଟିକସ ଲଗାଇଛନ୍ତି କେନ୍ଦ୍ର ସରକାର ।

ପ୍ରତିରକ୍ଷା କ୍ଷେତ୍ର : -

ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୨.୩୯ ଲକ୍ଷ କୋଟିର ବ୍ୟୟ ବରାଦ କରିଛନ୍ତି କେନ୍ଦ୍ର ସରକାର । ପ୍ରତିରକ୍ଷା ଗବେଷଣା ପାଇଁ ବଜେଟରେ ୨୫ ପ୍ରତିଶତ ବ୍ୟୟ ବରାଦ କରାଯାଇଛି । ସେହିଭଳି ଅସ୍ତ୍ରଶସ୍ତ୍ର ଅତ୍ୟାଧୁନିକରଣ ପାଇଁ ୧.୫୨ ଲକ୍ଷ କୋଟି ଖର୍ଚ୍ଚ କରିବାକୁ ଯୋଜନା ହୋଇଛି । ପ୍ରତିରକ୍ଷା କ୍ଷେତ୍ରରେ ପେନସନ୍ ପାଇଁ ୧.୧୯ ଲକ୍ଷ କୋଟି ଖର୍ଚ୍ଚ ହେବ । ସେହିଭଳି ୬୮ ପ୍ରତିଶତ ଅର୍ଥ ଘରୋଇ ସୂତ୍ରରୁ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଛି ।