କନକ ବ୍ୟୁରୋ : ମୟୂରଭଞ୍ଜ ମହାଲଢେଇରେ କିଏ ମାରିବ ବାଜି । ପ୍ରତି ନିର୍ବାଚନରେ ନେତା ବଦଳାଉଥିବା ମୟୂରଭଞ୍ଜବାସୀ ଏଥର କାହାକୁ ପଲ୍ଲୀରୁ ଦିଲ୍ଲୀ ପଠାଇବେ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଏଠାରେ ରାଜ୍ୟର ୩ ପ୍ରମୁଖ ଦଳଙ୍କ ବ୍ୟତୀତ ଜେଏମଏମର ମଧ୍ୟ ଦବଦବା ରହିଛି । ଜେଏମଏମ ମଧ୍ୟ ଏହି ଆସନରୁ ଗୋଟିଏ ଥର ବିଜୟର ସ୍ୱାଦ ଚାଖିଛି । ଚଳିତ ଥର ମଧ୍ୟ କଂଗ୍ରେସ ସମର୍ଥନରେ ଜେଏମଏମ ଏଠାରେ ନିଜର ଯୋଦ୍ଧାଙ୍କୁ ମୈଦାନକୁ ଓହ୍ଲାଇଛି । ସେହିଭଳି ନୂଆ ମୁହଁ ସହ ବିଜେଡି-ବିଜେପି ମଧ୍ୟ ମୟୂରଭଞ୍ଜ ବ୍ୟାଟଲଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି । ତେଣୁ ଏଠାରେ ତ୍ରିମୁଖୀ ଫାଇଟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବାରିପଦା ବ୍ୟାଟଲଗ୍ରାଉଣ୍ଡରେ ବାଜି ମାରିବ କିଏ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି, ଗତ ୪ଟି ନିର୍ବାଚନରେ ଖାତା ଖୋଲିପାରି ନାହିଁ ବିଜେପି-କଂଗ୍ରେସ । ପୂର୍ବ ନିର୍ବାଚନ ଗୁଡିକରେ ଦବଦବା ଦେଖାଇଛି ଜେଏମଏମ ।
ଯଶିପୁରରେ କିଏ ଉଡାଇବ ବିଜୟ ଧ୍ୱଜା? ଗତ ନିର୍ବାଚନ ଗୁଡିକରେ ପ୍ରତି ଦଳକୁ ସୁଯୋଗ ଦେଇଛନ୍ତି ଯଶିପୁରବାସୀ, ଏଥର ଭୋଟରଙ୍କ ଭରସା ଜିତିବ କିଏ । ନୂଆ ଯୋଦ୍ଧାଙ୍କୁ ମୈଦାନକୁ ଓହ୍ଲାଇଛନ୍ତି ୩ ଦଳ ।
ମୋରାଡା ମହାଲଢେଇରେ ବିଜୟ ଶିରିପା ପିନ୍ଧିବ କିଏ? ନୂଆ ମୁହଁ ସହ ମୈଦାନରେ ବିଜେପି-ବିଜେଡି, କଂଗ୍ରେସର ଭରସା ପୁରୁଣା ସିପାହୀ ।
ରାଇରଙ୍ଗପୁରରେ କାହାର ହେବ ରାଜତିଳକ? ପ୍ରତିଥର ନେତା ବଦଳାଇଥାନ୍ତି ନିର୍ବାଚନମଣ୍ଡଳୀବାସୀ, ଏଥର କାହାକୁ ବାଛିବେ ଭୋଟର?
ସାରସକଣା ସିଂହାସନରେ ବସିବ କିଏ? ମୈଦାନରେ ୩ ଦଳର ନୂଆ ଯୋଦ୍ଧା, ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।
ଉଦଳାରେ ହେବ ବିଗ୍ ଫାଇଟ । ତୃତୀୟ ବିଜୟ ଲକ୍ଷ୍ୟରେ ଉଭୟ ବିଜେଡି-ବିଜେପି, ନୂଆ ମୁହଁଙ୍କୁ ସାଥୀ କରି ଗଡକୁ କମବ୍ୟାକ୍ କରିବାକୁ କଂଗ୍ରେସର ପ୍ରୟାସ ।
ବାଙ୍ଗିରୀପୋଷିରେ କିଏ ଉଡାଇବ ବିଜୟ ବାନା? ଗତ ୪ଟି ନିର୍ବାଚନରେ ବିଜେଡି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଉପରେ ଭରସା କରିଛନ୍ତି ଭୋଟର । ଖାତା ଖୋଲି ପାରିନାହାନ୍ତି ବିଜେପି-କଂଗ୍ରେସ ।