କେନ୍ଦ୍ରାପଡା କୁରୁକ୍ଷେତ୍ରରେ ଜିତିବ କିଏ? ଫଟୋରେ ଦେଖନ୍ତୁ କେନ୍ଦ୍ରାପଡା ଲୋକସଭା ଓ ୬ ବିଧାନସଭା ଆସନର ଟିକିନିକି ତଥ୍ୟ ।

1,142

କନକ ବ୍ୟୁରୋ : କେନ୍ଦ୍ରାପଡା କୁରୁକ୍ଷେତ୍ରରେ ବିଜୟ ହାସଲ କରିବାକୁ ଜି ଜାନ ଲଗାଇ ଦେଇଛନ୍ତି ୩ ଦଳ । ଅଣ କଂଗ୍ରେସ ଓ ଅଣବିଜେପି ଗଡ ରହି ଆସିଥିବା କେନ୍ଦ୍ରାପଡାରେ ଗତ ୫ଟି ନିର୍ବାଚନରେ ବିଜୟ ବାନା ଉଡାଇ ଆସୁଛି ବିଜେଡି । ଚଳିତଥର ରାଜ୍ୟ ରାଜ୍ୟନୀତିର ସବୁଠୁ ବଡ ଲଢେଇ ହେଉଛି କେନ୍ଦ୍ରାପଡାରେ । କେହି କାହାକୁ ସହଜରେ ବାଟ ଛାଡିବାକୁ ନାରାଜ । ଯାହା ନେତାଙ୍କ ପାଇଁ ଦ୍ୱନ୍ଦ ବଢାଉଥିବା ବେଳେ ଭୋଟରଙ୍କ ପାଇଁ ସସପେନ୍ସ ବଢାଇଛି । କେବଳ ପାଟକୁରାକୁ ଛାଡି ଦେଇ ଅନ୍ୟ ନିର୍ବାଚନମଣ୍ଡଳୀରେ ଭୋଟ ହେବାକୁ ଯାଉଥିବା ବେଳେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

କେନ୍ଦ୍ରାପଡା କୁରୁକ୍ଷେତ୍ରରେ ବିଜେଡିର ଯୋଦ୍ଧା ସାଜିଛନ୍ତି ଅନୁଭବ । ଜାଣନ୍ତୁ କେମିତି ରହିଛି ତାଙ୍କ ରାଜନୈତିକ କ୍ୟାରିୟର

ଅଣ ବିଜେପି ଗଡ କେନ୍ଦ୍ରାପଡାରେ ପଦ୍ମ ଫୁଟାଇବାକୁ ମୈଦାନରେ ବୈଜୟନ୍ତ । ଜାଣନ୍ତୁ ତାଙ୍କ ରାଜନୀତି କ୍ୟାରିୟରର କିଛି କଥା

କେନ୍ଦ୍ରାପଡା ଆସନ ହାତେଇବା ପାଇଁ ଧରଣୀଧରଙ୍କୁ ମୈଦାନକୁ ଓହ୍ଲାଇଛି କଂଗ୍ରେସ । ନଜର ପକାନ୍ତୁ ଧରଣୀଙ୍କ ରାଜନୀତି କ୍ୟାରିୟର ଉପରେ ।

ତୁଳସୀକ୍ଷେତ୍ରରେ କିଏ ପିନ୍ଧିବ ତାଜ୍? କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ପ୍ରତି ଦଳକୁ ସୁଯୋଗ ଦେଇଛନ୍ତି ଭୋଟର, ଏଥର କାହାର ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ । ମୈଦାନରେ ଶଶୀ, ସୁନାକର ଓ ଗଣେଶ୍ୱର ।

କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ବିଜେଡିର ସିପାହୀ ଶଶୀଭୂଷଣ । ଜାଣନ୍ତୁ ଏହି ନେତାଙ୍କ ରାଜନୈତିକ କ୍ୟାରିୟରର ଅଳ୍ପ କିଛି କଥା

କେନ୍ଦ୍ରାପଡା ଆସନରେ କମବ୍ୟାକ୍ କରିବାକୁ ମୈଦାନରେ ଗଣେଶ୍ୱର । ଜାଣନ୍ତୁ ଗଣେଶ୍ୱରଙ୍କ ରାଜନୈତିକ ଯାତ୍ରାର କିଛି କଥା

ଆଳିରେ ଅଗ୍ନିପରୀକ୍ଷା । ମୈଦାନରେ ୩ ପୁରୁଖା ନେତା, କାହା ନାଁରେ ମୋହର ମାରିବେ ଜନତା ।

ଆଳିରେ ବିଜେଡିର ମଙ୍ଗ ଧରିଛନ୍ତି ପ୍ରତାପ । ଜାଣନ୍ତୁ କେମିତି ରହିଥିଲା ପ୍ରତାପଙ୍କ ରାଜନୈତିକ ଯାତ୍ରା

ମହାକାଳପଡାରେ ମହାଲଢେଇ । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି, ଏଯାଏଁ ଖାତା ଖୋଲିପାରିନାହିଁ ବିଜେପି-କଂଗ୍ରେସ ।

ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ରାଜନୈତିକ କ୍ୟାରିୟରର କିଛି ଝଲକ ।

ମାହାଙ୍ଗା ମୈଦାନରେ ବାଜି ମାରିବ କିଏ? ବିଜେଡିର ଗଡ ରହି ଆସିଛି ମାହାଙ୍ଗା, ଗଡକୁ ଫେରିବାକୁ କଂଗ୍ରେସ କରୁଛି ପ୍ରୟାସ । ବିଜୟର ସ୍ୱାଦ ଚାଖିବାକୁ ବିଜେପିର ଭରପୂର ପ୍ରୟାସ ।

ପ୍ରତାପ ଜେନାଙ୍କ ରାଜନୈତିକ ଯାତ୍ରାର କିଛି ଝଲକ ।

ସମ୍ମାନଜନକ ସାଲେପୁର ଆସନରେ ଜିତିବ କିଏ? ପୂର୍ବ ନିର୍ବାଚନ ଗୁଡିକରେ ଉଭୟ ବିଜେଡି-କଂଗ୍ରେସକୁ ସୁଯୋଗ ଦେଇଛନ୍ତି ସାଲେପୁରବାସୀ । ବିଜେପି ବିଜୟ ପାଇଁ କଷୁଛି ଅଙ୍କ ।

ସାଲେପୁରରେ ପଦ୍ମ ଫୁଟାଇବାକୁ ମୈଦାନରେ ପ୍ରକାଶ । ଜାଣନ୍ତୁ କେମିତି ରହିଛି ତାଙ୍କ ରାଜନୀତି କ୍ୟାରିୟର

ରାଜନଗର ରାଜନୀତି, ବଢାଉଛି ତାତି । ମୈଦାନରେ ୩ ଟାଣୁଆ ନେତା, କାହା ସପକ୍ଷରେ ମତ ଦେବେ ଜନତା ।