କନକ ବ୍ୟୁରୋ : ବଲାଙ୍ଗୀର ବାଜିରେ ଜିତିବ କିଏ? ମତଦାନ କେନ୍ଦ୍ରର ଏହାର ହିସାବ ନିକାଶ କରୁଛନ୍ତି ଭୋଟର । ପ୍ରାର୍ଥୀଙ୍କ ନିର୍ବାଚନ ରୂପି ପରୀକ୍ଷା ଖାତାରେ ଭୋଟ ରୂପକ ମାର୍କ ଦେଉଛନ୍ତି ଭୋଟର । ବଲାଙ୍ଗୀର, ବଲାଙ୍ଗୀର ବ୍ଳକ ଏବଂ ଦେଓଗାଁ ବ୍ଳକକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ । ଚଳିତ ଥର ଏଠାରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଛି ।
୨୦୧୯ର ଲଢେଇ
ବିଜେଡି: ଅର୍କେଶ ସିଂହଦେଓ
କଂଗ୍ରେସ: ନରସିଂହ ମିଶ୍ର
ବିଜେପି: ଅନନ୍ତ ଦାସ
ବିଜେଡି : ଅର୍କେଶ ସିଂହଦେଓ
- ଜିଲ୍ଲା ଯୁବ ସଭାପତି
- ୭ବର୍ଷ ହେଲା ବଲାଙ୍ଗୀର ରାଜନୀତି ସହ ଜଡିତ
- ପଂଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନରେ ପ୍ରମୁଖ ଭୂମିକା
- ସାଂସଦ କଳିକେଶ ସିଂଦେଓଙ୍କ ଭାଇ ଏବଂ ୫ଥରର ବିଧାୟକ ଏବଂ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂଦେଓଙ୍କ ପୁଅ
- ଦିଲ୍ଲୀ ସ୍କୁଲରୁ ଅଧ୍ୟୟନ ଏବଂ ମଡେଲ
- ପ୍ରଥମଥର ବିଧାନସଭା ପ୍ରାର୍ଥୀ
କଂଗ୍ରେସ: ନରସିଂହ ମିଶ୍ର
- ବିରୋଧୀ ଦଳ ନେତା
- ୩ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ (ଆଇନ)
- ୧୯୯୦ରେ ଲୋଇସିଂହା ଏବଂ ୧୯୯୫ରେ ବିନିକାରୁ ବିଧାୟକ
- ୨୦୦୦ ପରାଜିତ, ୨୦୦୪ରେ ଲୋଇସିଂହାରୁ ପୁଣି ବିଧାୟକ
- ୨୦୦୯ରେ ବଲାଙ୍ଗୀରରୁ ସାଂସଦ ଭାବେ ଲଢି ପରାଜିତ
୨୦୧୯--ବିଜେପି : ଅନନ୍ତ ଦାସ
- ବ୍ୟବସାୟରୁ ରାଜନୀତି
- ଛାତ୍ରନେତା ଓ ବିଜେପିର ସଂଗଠନ ରହିଛି
- ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ପ୍ରାର୍ଥୀ
ମୁହାଁମୁହିଁ ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଦଳର ବରିଷ୍ଠ ନେତା, ୩ଥର ବିଧାୟକ, ମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ରହିଛନ୍ତି ।
- ବଲାଙ୍ଗୀର ଜିଲ୍ଲା ଯୁବ ସଭାପତି ଏବଂ ରାଜପରିବାର ସଦସ୍ୟ ଅର୍କେଶ ସିଂହଦେଓଙ୍କୁ ପ୍ରାର୍ଥୀ କରିଛି ବିଜେଡି
- ଦୀର୍ଘଦିନ ହେଲା ବିଜେପିରେ ଥିବା ଅନନ୍ତ ଦାସ ହୋଇଛନ୍ତି ବିଜେପିର ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୩ ହଜାର ୪୫୭
- ମତ ଦେଇଥିଲେ – ୧ ଲକ୍ଷ ୫୪ ହଜାର ୯୭୫
- ଭୋଟଦାନ ହାର – ୭୨.୬୦%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଅନଙ୍ଗ ଉଦୟ ସିଂହଦେଓ ବିଜେଡି ୪୯,୪୭୬ ୩୧.୯୩% ପରାସ୍ତ
ନରସିଂହ ମିଶ୍ର କଂଗ୍ରେସ ୬୧,୭୩୦ ୩୯.୮୩% ବିଜୟୀ
ବାସୁଦେବ ପତି ବିଜେପି ୩୫,୧୩୦ ୨୨.୬୭% ପରାସ୍ତ
କିଏ ମାରିଥିଲା ବାଜି?
- କଂଗ୍ରେସର ନରସିଂହ ମିଶ୍ର ନିର୍ବାଚନ ଜିତିଥିଲେ
- ୬୧ ହଜାର ୭୩୦ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେଡ଼ିି ପ୍ରାର୍ଥୀ ଅନଙ୍ଗ ଉଦୟ ସିଂହଦେଓଙ୍କୁ ପରାସ୍ତ କରିଥିଲେ
- ୧୨ ହଜାର ୨୫୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
ବଲାଙ୍ଗୀର ବିଧାନସଭା ଆସନ
- ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
- ବଲାଙ୍ଗୀର ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
- ବିଜେଡିର ଦବଦବା ରହିଛି
- ୨୦୧୪ରେ କଂଗ୍ରେସ ବିଜୟୀ ହୋଇଥିଲା
- ଅନଙ୍ଗ ଉଦୟ ସିଂଦେଓ ୫ ଥର ବିଧାୟକ
- ରାଜେନ୍ଦ୍ର ନାରାୟଣ ସିଂଦେଓ ୩ଥର ବିଧାୟକ