କନକ ବ୍ୟୁରୋ : ବୀରମହାରାଜପୁର ବାଜି ମାରିବ କିଏ । କାହା ଉପରେ ଭରସା କରିବେ ଭୋଟର । ରାଜ୍ୟର ୩ ପ୍ରମୁଖ ଦଳ ବୀରମହାରାଜପୁରରେ ବୀରତ୍ୱ ଦେଖାଇବା ପାଇଁ ଟାଣୁଆ ସିପାହୀଙ୍କୁ ମୈଦାନକୁ ଓହ୍ଲାଇଛି । ଏଭଳି ସ୍ଥିତିରେ କାହା ସପକ୍ଷରେ ଜନମତ ଯିବ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ବୀରମହାରାଜପୁର, ଉଲୁଣ୍ଡା, ବିନିକା ଏନଏସି ଓ ବିନିକା ବ୍ଳକର ୧୩ଟି ପଂଚାୟତକୁ ନେଇ ନିର୍ବାଚନମଣ୍ଡଳୀ ଗଠିତ । ବିନିକା ଏବେ ବିଜେଡି ଦଖଲରେ ରହିଥିବା ବେଳେ ଉଲୁଣ୍ଡା ବ୍ଳକ୍ କଂଗ୍ରେସ ଦଖଲରେ ରହିଛି । ସେହିଭଳି ବୀରମହାରାଜପୁର ବିଜେପି ଦଖଲରେ ରହିଛି ।

Advertisment

୨୦୧୯ର ଲଢେଇ
ବିଜେଡି: ପଦ୍ମନାଭ ବେହେରା
କଂଗ୍ରେସ: ବିନୋଦ ପାତ୍ର
ବିଜେପି: ରଘୁନାଥ ଜଗଦଲା

ବିଜେଡି: ପଦ୍ନନାଭ ବେହେରା
- ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ( ଖଣି )
- ଫୁଲବାଣୀରୁ ଆସି ବୀରମହାରାଜପୁରରେ ଲଢୁଛନ୍ତି
- ୨ଥର ବିଧାୟକ
- ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅମଳର ନେତା

କଂଗ୍ରେସ: ବିନୋଦ ପାତ୍ର
- ପୂର୍ବତନ ବିଧାୟକ
- ୨୦୦୪ରେ ସୋନପୁରରୁ ବିଧାୟକ
- ୨୦୦୯ରେ ପରାଜିତ
- ୨୦୧୪ରେ ଟିକେଟ୍ କଟିଥିଲା

ବିଜେପି: ରଘୁନାଥ ଜଗଦଲା
- ଚାକିରିରୁ ରାଜନୀତି
- ବିଦେଶରେ ମେରାଇନ୍ ଇଂଜିନିୟର ଥିଲେ
- ଯୁବନେତା ଏବଂ ପ୍ରଥମଥର ବିଧାନସଭା ପ୍ରାର୍ଥୀ

ମୁହାଁମୁହିଁ ପ୍ରାର୍ଥୀ
- ଦଳର ବରିଷ୍ଠ ନେତା, ୨ଥର ବିଧାୟକ ଏବଂ କ୍ୟାବିନେଟ୍ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ବିଜେଡି ପ୍ରାର୍ଥୀ କରିଛି

- ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କୁ ୧୦ ବର୍ଷ ପରେ ପୁଣି ପ୍ରାର୍ଥୀ କରିଛି କଂଗ୍ରେସ

- ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା ମେରାଇନ୍ ଇଂଜିନିୟରରୁ ରାଜନୀତିକୁ ଆସିଛନ୍ତି ଏବଂ ପ୍ରଥମଥର ନିର୍ବାଚନ ଲଢୁଛନ୍ତି

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୫ ହଜାର ୯୫୨
- ମତ ଦେଇଥିଲେ – ୧ ଲକ୍ଷ ୪୭ ହଜାର ୩୦୫
- ଭୋଟଦାନ ହାର – ୭୯.୨୨%

୨୦୧୪ର ଫଳାଫଳ
ପ୍ରାର୍ଥୀ                        ଦଳ             ଭୋଟ           ପ୍ରତିଶତ          ଫଳାଫଳ
ପଦ୍ମନାଭ ବେହେରା      ବିଜେଡି         ୬୭,୭୭୪      ୪୬.୦୧%           ବିଜୟ
କାର୍ତିକ ପ୍ରସାଦ ତରିଆ   କଂଗ୍ରେସ       ୩୪,୫୮୯       ୨୩.୪୮%          ପରାସ୍ତ
ଆନନ୍ଦ ବାରିକ            ବିଜେପି         ୩୬,୪୮୪      ୨୪.୭୭%           ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡ଼ିର ପଦ୍ମନାଭ ବେହେରା ନିର୍ବାଚନ ଜିତିଥିଲେ
- ୬୭ ହଜାର ୭୭୪ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ିି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ଆନନ୍ଦ ବାରିକଙ୍କୁ ପରାସ୍ତ କରିଥିଲେ
- ୩୧ ହଜାର ୨୯୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

ବୀରମହାରାଜପୁର ବିଧାନସଭା ଆସନ
- ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
- ବଲାଙ୍ଗୀର ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
- ବିଜେଡିର ଦବଦବା ରହିଛି
- ବିଜେଡିରୁ ସଂଜୀବ ସାହୁ ୨ଥର ବିଧାୟକ
- ବିଜେଡିରୁ ପଦ୍ମନାଭ ବେହେରା ୨ଥର ବିଧାୟକ ( ୨୦୦୯ ଓ ୨୦୧୪ )