କନକ ବ୍ୟୁରୋ : ଆଠଗଡରେ ଜନତାଙ୍କ ଆଶା ଓ ଭରସା ଜିତିବ କିଏ? ତୃତୀୟ ପର୍ଯ୍ୟାୟରେ ଆଠଗଡରେ ଭୋଟଗ୍ରହଣ ହେଉଥିବା ବେଳେ ଭୋଟଦାନ କେନ୍ଦ୍ରରେ ମତଦାତାଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି । ଆଠଗଡ, ତିଗିରିଆ ଏବଂ ଟାଙ୍ଗୀ-ଚୌଦ୍ୱାରର ୫ଟି ପଂଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ । ୧୯୫୧ରେ ଗଠନ ହୋଇଥିଲା ଏହି ନିର୍ବାଚନମଣ୍ଡଳୀ । ବିଜେଡିରୁ ରଣେନ୍ଦ୍ରପ୍ରତାପ ସ୍ୱାଇଁ ସର୍ବାଧିକ ୬ଥର ବିଧାୟକ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ୨ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ତେବେ ଗତ ନିର୍ବାଚନରେ ଫଳାଫଳ କଣ ରହିଥିଲା ତାହା ଉପରେ ନଜର ପକାନ୍ତୁ ।
୨୦୧୯ର ଲଢେଇ
ବିଜେଡି: ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କଂଗ୍ରେସ: ଉମାବଲ୍ଲଭ ରଥ
ବିଜେପି: ବ୍ରଜେନ୍ଦ୍ର ରାୟ
ବିଜେଡି: ରଣେନ୍ଦ୍ର ପ୍ରତାପ ସ୍ୱାଇଁ
- ୬ଥର ବିଧାୟକ
- ପୂର୍ବତନ ମନ୍ତ୍ରୀ ( ଯୁବ ଓ କ୍ରୀଡା ବ୍ୟାପାର )
- ଆଠଗଡର ଲୋକପ୍ରିୟ ନେତା
କଂଗ୍ରେସ: ଉମାବଲ୍ଲଭ ରଥ
- ପୂର୍ବତନ ବିଧାୟକ ( ପୁରୀ )
- ଆଠଗଡରୁ ପ୍ରଥମଥର ପ୍ରାର୍ଥୀ
- ପିସିସି ସାଧାରଣ ସମ୍ପାଦକ
ବିଜେପି: ବ୍ରଜେନ୍ଦ୍ର ରାୟ
- ବ୍ୟବସାୟରୁ ରାଜନୀତି
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
- ବିଜେପିର ନୂଆ ଚେହେରା
ନିର୍ବାଚନ ମଣ୍ଡଳୀ ତଥ୍ୟ
- ଆଠଗଡ, ତିଗିରିଆ ଏବଂ ଟାଙ୍ଗୀ-ଚୌଦ୍ୱାରର ୫ଟି ପଂଚାୟତକୁ ନେଇ ନିର୍ବାଚନମଣ୍ଡଳୀ
- ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
- ବିଜେଡିରୁ ରଣେନ୍ଦ୍ରପ୍ରତାପ ସ୍ୱାଇଁ ୬ଥର ବିଧାୟକ
- ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ୨ଥର ବିଧାୟକ
- ରାଧାନାଥ ରଥ ୫ଥର ବିଧାୟକ
- ୧୯୬୭, ୧୯୮୦ ଏବଂ ୨୦୧୨ରେ ଉପନିର୍ବାଚନ ହୋଇଥିଲା ( ସ୍ୱାଧୀନ, କଂଗ୍ରେସ, ବିଜେଡି ବିଜୟୀ )
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେଡି ୧,୦୨,୬୦୫ ୬୯.୭୦% ବିଜୟୀ
ବିଚିତ୍ରାନନ୍ଦ ମୁଦୁଲି କଂଗ୍ରେସ ୩୪,୧୧୮ ୨୩.୧୮% ପରାସ୍ତ
ବିଶ୍ୱ ସୁନ୍ଦର ମିଶ୍ର ବିଜେପି ୭,୧୩୨ ୪.୮୪% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ବାଚନ ଜିତିଥିଲେ
- ୧ ଲକ୍ଷ ୨ ହଜାର ୬୦୫ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ବିଚିତ୍ରାନନ୍ଦ ମୁଦୁଲିଙ୍କୁ ପରାସ୍ତ କରିଥିଲେ
- ୬୮ ହଜାର ୪୮୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ