କନକ ବ୍ୟୁରୋ : ଜଗତସିଂହପୁର ଲୋକସଭାରେ ୨୦୧୯ ଲଢ଼େଇର ପୁନରାବୃତ୍ତି

  • ବିଜେଡିରୁ ରାଜଶ୍ରୀ ମଲ୍ଲିକ ପୁଣିଥରେ ପ୍ରାର୍ଥୀ
  • ବିଭୁ ପ୍ରସାଦ ତରାଇଙ୍କୁ ରିପିଟ୍ କରିଛି ବିଜେପି
  • ୨୦୧୯ରେ ବାଜି ମାରିଥିଲେ ରାଜଶ୍ରୀ ମଲ୍ଲିକ
  • ଅଢ଼େଇ ଲକ୍ଷରୁ ଅଧିକ ଭୋଟ୍ରେ ଜିତିଥିଲେ
  • ୨୦୧୯ରେ ରାଜଶ୍ରୀ ବିଜୟୀ ହୋଇଥିଲେ ବି କମିଥିଲା ବିଜେଡି ଭୋଟ୍
  • ୨୦୧୪ରେ ବିଜେଡିରୁ କୁଳମଣି ସାମଲ ୫୫.୧୭% ଭୋଟ୍ ପାଇଥିଲେ
  • ୨୦୧୯ରେ ବିଜେଡିର ଭୋଟ୍ ପ୍ରତିଶତ ୫୦.୪୪କୁ ଖସି ଆସିଥିଲା
  • ଲୋକସଭା ସମେତ ୭ଟି ଯାକ ବିଧାନସଭା ଜିତିଥିଲା ବିଜେଡି
  • କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି ଚିରଞ୍ଜୀବ ବିଶ୍ୱାଳ
  • ଦୁଇଥରର ବିଧାୟକ ଚିରଞ୍ଜୀବଙ୍କ ଯୋଗଦାନରୁ ମିଳିବ କି ଫାଇଦା?
  • ୨୦୦୪ରେ ତିର୍ତ୍ତୋଲ ଓ ୨୦୧୪ରେ ଜଗତସିଂହପୁରରୁ ଜିତିଥିଲେ ଚିରଞ୍ଜୀବ
  • ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିସାରିଛି ବିଜେଡି
  • ବାଲିକୁଦା-ଏରସମାରୁ ଚିରଞ୍ଜୀବଙ୍କୁ ଟିକେଟ୍ ଦେବା ନେଇ ଚର୍ଚ୍ଚା
  • ପାରାଦୀପ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେଡି
  • ବିଜେଡିରେ ଯୋଗ ଦେଇପାରନ୍ତି କଂଗ୍ରେସ ଛାଡିଥିବା ବାପି ସର୍ଖେଲ
  • ଶଙ୍ଖ ଶିବିରକୁ ଆସି ସାରିଛନ୍ତି ବାପିଙ୍କ ପତ୍ନୀ ମୋନିଦୀପା ସର୍ଖେଲ
  • ପାରାଦୀପରୁ ସମ୍ବିତଙ୍କ ଟିକେଟ୍ କାଟି ମୋନିଦୀପାଙ୍କୁ ଦେଇପାରେ ବିଜେଡି
  • ୨୦୧୪ରେ ୪୬ ହଜାରରୁ ଅଧିକ ଭୋଟ୍ ପାଇଥିଲେ ବାପି
  • ବାପି ସର୍ଖେଲ ୨୦୧୯ରେ ୪୮ ହଜାରରୁ ଅଧିକ ଭୋଟ୍ ପାଇଥିଲେ
  • ରାଜଶ୍ରୀଙ୍କ ବିଜୟ ସୁନିଶ୍ଚିତ କରିବ କି ଚିରଞ୍ଜୀବ ଓ ବାପିଙ୍କ ଯୋଗଦାନ?
  • କଂଗ୍ରେସ ଭୋଟ୍ ବିଜେଡି ଖାତାକୁ ଆଣିବାରେ ସମର୍ଥ ହେବେ ୨ ନେତା?
  • ଗତ ନିର୍ବାଚନରେ ୭ଟି ଯାକ ବିଧାନସଭା କବଜା କରିଥିଲା ବିଜେଡି
  • ପାରାଦୀପ ଓ ବାଲିକୁଦା-ଏରସମା ପ୍ରାର୍ଥୀ ଘୋଷଣା କରିନି ବିଜେଡି
  • କାକଟପୁର, ନିମାପଡ଼ା ଆସନ ପାଇଁ ମଧ୍ୟ ଘୋଷଣା ହୋଇନି ପ୍ରାର୍ଥୀ
  • ୨୦୦୯ରେ ଜଗତସିଂହପୁରରୁ ନିର୍ବାଚିତ ହୋଇଥିଲେ ବିଭୁ ତରାଇ
  • ସିପିଆଇରୁ ପ୍ରାର୍ଥୀ ହୋଇ ଲୋକସଭା ଯାଇଥିଲେ ବିଭୁ ପ୍ରସାଦ
  • ଗତ ଦୁଇଟି ନିର୍ବାଚନରେ ସାଢେ ୩ ଲକ୍ଷରୁ ଅଧିକ ଭୋଟ୍ ପାଇଛନ୍ତି
  • ବିଭୁ ପ୍ରସାଦଙ୍କୁ ହାଲୁକା ଭାବେ ନେବାକୁ ଚାହୁଁନାହିଁ ବିଜେଡି
Advertisment