ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । କୋଣାର୍କ ଓ ପୁରୀରେ ପର୍ଯ୍ୟଟକଙ୍କ ପାଇଁ ବଡ ଆୟୋଜନ: କୋଭିଡ କଟକଣା ମଧ୍ୟରେ କାର୍ଯ୍ୟକ୍ରମ

115

କନକ ବ୍ୟୁରୋ : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ଏହାକୁ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ବିଶେଷ ଆୟୋଜନ ହୋଇଛି । ତେବେ ତାହା ସୀମିତ ଆକାରରେ ରହିଛି । ଏହି ଅବସରରେ ପୁରୀ ବେଳାଭୂମି ରେ ଖାଁ ଖାଁ ଚିତ୍ର ଆସିଛି ସାମ୍ନାକୁ । ପ୍ରତିବର୍ଷ ପରି ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସରେ ଦେଖିବାକୁ ମିଳୁନାହାନ୍ତି ପର୍ଯ୍ୟଟକ ।

କରୋନା କାରଣରୁ ବିଭିନ୍ନ ପର୍ଯ୍ୟଟନ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଛି । ହାତ ବାନ୍ଧି ବସିଛନ୍ତି ହୋଟେଲ ବ୍ୟବସାୟୀ । ପୁରୀରେ ଅନଲକ ୪ ପରେ ପର୍ଯ୍ୟଟକଙ୍କୁ ପୁରୀ ଆସିବାକୁ ଅନୁମତି ମିଳିଛି । କିନ୍ତୁ କରୋନା ପାଇଁ କେହି ପୁରୀ ବୁଲିବାକୁ ଆସିବାକୁ ମନ ବଳାଉନାହାନ୍ତି । ଏଥର ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଫିକା ରହିଛି । ପ୍ରତ୍ୟକ ବର୍ଷ ସେପ୍ଟେମ୍ୱର ୨୭ ତାରିଖକୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଇଥାଏ । ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ଥିମ୍ ରହିଛି ପର୍ଯ୍ୟଟନ ଓ ଗ୍ରାମୀଣ ବିକାଶ ।