ମହାଶିବ ରାତ୍ରୀ ଉପଲକ୍ଷେ ଲୋକନାଥ ମନ୍ଦିରରେ ସବୁଠୁ ବଡଦୀପ ! ୧ ହଜାର ଲିଟର ଘିଅରେ ତିନିଦିନ ଜଳିବ ଦୀପ

Advertisment
ମହାଶିବ ରାତ୍ରୀ ଉପଲକ୍ଷେ ଲୋକନାଥ ମନ୍ଦିରରେ ସବୁଠୁ ବଡଦୀପ ! ୧ ହଜାର ଲିଟର ଘିଅରେ ତିନିଦିନ ଜଳିବ ଦୀପ

କନକ ବ୍ୟୁରୋ : ମହାଶିବରାତ୍ରି ଉପଲକ୍ଷେ ପ୍ରତିବର୍ଷ ଭଳି ଲୋକନାଥ ମନ୍ଦିର ପରିସରସ୍ଥିତ ପାର୍ବତୀ ସାଗରରେ ବସିଥିବା ସବୁଠୁ ବଡ଼ ଦୀପ  ଜଳିଛି। ଗତକାଲି ସଂଧ୍ୟାରେ ଲୋକନାଥ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା। ପୂର୍ବତନ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇ ଏଥିରେ ଅଗ୍ନି ସଂଯୋଗ କରିଥିଲେ। ହଜାରେ ଲିଟର ଘିଅରେ ଏହି ଦୀପ ତିନିଦିନ ଧରି ଜଳିବ। ସୂଚନାଯୋଗ୍ୟ, ଏହି ଦୀପ କଟକ ବିଡ଼ାନାସୀରେ ସ୍ବତନ୍ତ୍ର ଭାବେ ତିଆରି ହୋଇଛି।

publive-image

୬ ଫୁଟ୍ ଲମ୍ବ, ୬ ଫୁଟ୍ ଓସାର ବିଶିଷ୍ଟ ଏହି ଦୀପରେ ଜଳିବା ପାଇଁ ୨ ଫୁଟ୍ ଗୋଲେଇ ଓ ୫ ଫୁଟ୍ ଲମ୍ବର ବଳିତା ପ୍ରସ୍ତୁତ କରାଯାଇଛି। ତେବେ ଆସନ୍ତାକାଲି ମହାଶିବରାତ୍ରି । ସାରା ରାଜ୍ୟରେ ବିଭିନ୍ନ ଶିବ ମନ୍ଦିରରେ ମହାଦୀପ ମନ୍ଦିର ଶିଖାକୁ ଉଠିବାର କାର୍ଯ୍ୟକ୍ରମ ରହିଛି । ଦିନରେ ଉପବାସ କରି ଭକ୍ତମାନେ ରାତ୍ରିରେ ମହାଦୀପ ଦର୍ଶନ କରନ୍ତି । ତେବେ ପ୍ରତ୍ୟେକ ବର୍ଷ ପରି ଚଳିତଥର ଲୋକନାଥ ମନ୍ଦିରରେ ଜାଗର ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe