ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି । କରୋନା କଟକଣା ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ, ମହାମାରୀ ଆଇନରେ ସଂଶୋଧନ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ ପାଇଁ କରାଯିବ ବ୍ୟବସ୍ଥା ।

4,372

କନକ ବ୍ୟୁରୋ : କୋଭିଡ୍ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ମହାମାରୀ ଆଇନରେ ସଂଶୋଧନ ଆଣିବା ପାଇଁ ପ୍ରସ୍ତାବକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ମହାମାରୀ ଆଇନରେ ସଂଶୋଧନ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ ପାଇଁ ବ୍ୟବସ୍ଥା କରାଯିବ ।

ଏବେ ମହାମାରୀ ଆଇନ ଅନୁସାରେ କଟକଣା ନମାନିବା, ମୁହଁରେ ମାସ୍କ ନପିନ୍ଧିବା ଓ ବାହାରେ ଛେପ ପକାଇବା ଭଳି ଆଇନ ଉଲଘଂନ ପାଇଁ ୧ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଉଛି । ଏହି ଆଇନରେ ସଂଶୋଧନ କରି ଜୋରିମାନା ବ୍ୟବସ୍ଥାକୁ ବଢ଼ାଇ ପାରନ୍ତି ସରକାର । ଏହିପରି ୨୦ଟି ପ୍ରସ୍ତାବ ଉପରେ ଆଜି ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି ।

Comments are closed.