ପୁରୀ ମନ୍ଦିରର ସର୍ବେସର୍ବା ପାଲଟିଛନ୍ତି ସେବାୟତ : ଶ୍ରୀମନ୍ଦିରର ସଅଳ ପହଡ ପଡିବାକୁ ନେଇ ଚର୍ଚ୍ଚା

27

ପୁରୀ ମନ୍ଦିରରର ସର୍ବେସର୍ବା ପାଲଟିଛନ୍ତି ସେବାୟତ । ମହାପ୍ରଭୁଙ୍କୁ ଗତ କିଛିଦିନ ହେଲା ବିଳମ୍ବିତ ସଂନ୍ଧ୍ୟାରେ ଶୁଆଇ ଦିଆଯାଉଛି । ସଅଳ ନୀତି ସାରି ଶ୍ରୀମନ୍ଦିରକୁ ବନ୍ଦ କରିଦିଆଯାଉଛି । ଫଳରେ ଦୂରଦୁରାନ୍ତରୁ ଆସୁଥିବା ଭକ୍ତ କାଳିଆଙ୍କୁ ଦର୍ଶନ କରିବାରୁ ବଂଚିତ ହେଉଛନ୍ତି । ଗତ କିଛଦିନ ହେଲା ବାରମ୍ବାର ଏହି ଘଟଣା ଦେଖିବାକୁ ମିଳୁଛି ଫଳରେ ସାଧାରଣ ଭକ୍ତଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହେଉଛି । କୁହାଯାଏ ବିଷ୍ଣୁଙ୍କ ଅବତାର ହେଉଛନ୍ତି ଶ୍ରୀଜଗନ୍ନାଥ ଅର୍ଥାତ ମଣିଷରୂପୀ ଦେବତା ହେଉଛନ୍ତି କାଳିଆ ଠାକୁର, ଜଣେ ମଣିଷ ତାର ନିତିଦିନ ଜୀବନରେ ଯାହା କରେ କାଳିଆ ଠାକୁର ମଧ୍ୟ ସେଇୟା କରନ୍ତି । ହେଲେ ସଂନ୍ଧ୍ୟା ସମୟରେ ଯେତେବେଳେ ମଣିଷ ବୁଲାବୁଲି କରେ ସେତେବେଳେ କାଳିଆ ଠାକୁରଙ୍କୁ କେମିତି ପହଡ ପକାଇ ଶୁଆଇ ଦିଆଯାଉଛି । ପୂର୍ବରୁ ଠାକୁରଙ୍କ ନୀତିକାନ୍ତି ରାତି ୧୦ ଟା ବେଳକୁ ସରୁଥିବା ବେଳେ ତାହା ଏବେ ଏତେ ଶୀଘ୍ର କେମିତି ସରିଯାଉଛି, କୁହାଯାଉଛି ଜାଣିଶୁଣି ସେବାୟତ ଠାକୁରଙ୍କ ନୀତିକାନ୍ତି ସହିତ ଖେଳୁଛନ୍ତି । କୁହାଯାଉଛି ରାଗ ଶୁଝାଉଛନ୍ତି ଏବଂ ନୀତିକାନ୍ତି ସହିତ ଖେଳୁଛନ୍ତି ସେବାୟତ । ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ଯେମିତି ଠିକ୍ ରେ ପରିଚାଳିତ ହେବ ଏବଂ ଭକ୍ତ କିପରି ଠାକୁରଙ୍କୁ ଠିକ୍ ରେ ଦର୍ଶନ କରିବେ ଏ ସମସ୍ତ ଦାୟିତ୍ୱ ସେବାୟତଙ୍କର । ହେଲେ କିଛିଦିନ ହେଲା ସଅଳ ପହଡ ପଡିବାରୁ ମନ୍ଦିର ବାହାରେ ଅପେକ୍ଷା କରିଥିବା ଭକ୍ତ ଦର୍ଶନରୁ ବଂଚିତ ହେଉଛନ୍ତି । ଏସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍ :