ଓଡିଆକୁ ସରକାରୀ ଭାଷା କରିବା ନେଇ ଦୀର୍ଘ ଦିନର ପ୍ରୟାସ ଆଜି ନିର୍ଣ୍ଣାୟକ ମୋଡ ନେଇଛି । ରାଜ୍ୟ କ୍ୟାବିନେଟ୍ ଓଡିଆକୁ ସରକାରୀ ଭାଷା କରିବା ନେଇ ପ୍ରସ୍ତୁତ ନିୟମାବଳୀକୁ ମଂଜୁରୀ ଦେଇଛି । ଅର୍ଥାତ୍ ଏଣିକି ସରକାରୀ ସ୍ତରରେ ଓଡିଆ ଭାଷା ବ୍ୟବହାର କରିବା ବାଧ୍ୟତାମୂଳକ ହେବ ।୧୬ ଅଗଷ୍ଟରୁ ଓଡିଆ ଭାଷାରେ ସରକାରୀ କାମ ଆରମ୍ଭ ହେବ ।ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗରେ ଏକ ଡିଭିଜନ ଖୋଲା ଯିବ । ଏହାସହ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଗଠନ କରାଯିବ । ଓଡିଆ ଭାଷାର କାର୍ଯ୍ୟକାରୀତା ନେଇ ଏହି କମିଟି ପ୍ରତି ୬ ମାସରେ ତର୍ଜମା କରିବ । ଏହି ପ୍ରସଙ୍ଗ ଉପରେ ଆଜିର ବିଗ୍ ଡିବେଟ୍ :
ଓଡିଆଭାଷାକୁ ମିଳିଲା ସରକାରୀ ଭାଷାର ମାନ୍ୟତା
/kanak/media/post_attachments/wp-content/uploads/2016/08/vlcsnap-2016-08-13-12h33m48s863.png)