ମହାନଦୀର ଅକାତକାତ ପାଣିରେ ଭାସିଗଲା ଛତିଶଗଡର ଚିଠି । ୨୦୦୮ ର ଚିଠି ପହଂଚିପାରିଲାନି ଓଡିଶା ସରକାରଙ୍କ ପାଖରେ । କେଲୋ ପ୍ରକଳ୍ପକୁ ନେଇ ଚାଲିଥିବା ବିତର୍କରେ ଆଜି ରାଜ୍ୟ ସରକାର ସାମ୍ନାକୁ ଆସି ନିଜ ପକ୍ଷ ରଖିଛନ୍ତି । ଏହି ପ୍ରକଳ୍ପକୁ ନେଇ ଗଣମାଧ୍ୟମ ଯୋଉ ଚିଠି ଦେଖାଉଛନ୍ତି ତାହା ରାଜ୍ୟସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି କୁହାଯାଇଛି । ଗତ ୩୦ ତାରିଖରେ ଛତିଶଗଡ ସରକାରଙ୍କ ଦୁଇଟି ଚିଠି କନକ ନ୍ୟୁଜ୍ ରେ ପ୍ରସାରିତ ହୋଇଥିଲା ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ଥିଲା କେଲୋ ପ୍ରକଳ୍ପ ବାବଦରେ ଏନଓସି ହାସଲ କରିବାକୁ ଚିଠି ଲେଖିଥିଲା ପଡୋଶୀ ରାଜ୍ୟ , ଯାହାକୁ ନେଇ ଅଡୁଆରେ ରାଜ୍ୟ ସରକାର ପଡିଥିଲେ । ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍ :
ରାଜ୍ୟ ରାଜନୀତିର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମହାନଦୀ ପ୍ରସଙ୍ଗ
/kanak/media/post_attachments/wp-content/uploads/2016/08/vlcsnap-2016-08-02-11h49m33s670.png)