ମଦ ଉପରେ କମିଲା କୋଭିଡ୍ ଶୁଳ୍କ : ଏଣିକି ଅତିରିକ୍ତ ୫୦ ପ୍ରତିଶତ ବଦଳରେ ଦେବାକୁ ପଡିବ ୧୫ ପ୍ରତିଶତ । ଆଜିଠାରୁ ନୂଆ ଦର ଲାଗୁ । ମଦ ଉପରେ କୋଭିଡ୍ ଶୁଳ୍କରୁ ରାଜ୍ୟ ପାଇଛି ୨ଶହ କୋଟି ଟଙ୍କା

294

କନକ ବ୍ୟୁରୋ : ରାଜ୍ୟରେ ମଦ ଦର କମିବ । ରାଜ୍ୟ ସରକାର ମଦ ଉପରେ ଥିବା ସ୍ପେଶାଲ କୋଭିଡ୍ ଫି’କୁ କମାଇଦେଇଛନ୍ତି । ମଦ ଉପରେ ଅତିରିକ୍ତ କୋଭିଡ୍ ଫି ୫୦ ପ୍ରତିଶତ ବଦଳରେ ୧୫ ପ୍ରତିଶତ କରାଯାଇଛି । ଅନ୍ୟ ପଡୋଶୀ ରାଜ୍ୟର ଅତିରିକ୍ତ ଶୁଳ୍କକୁ ଦେଖି ନିଷ୍ପତି ନେଇଛନ୍ତି ସରକାର । ଓଡିଶା ପାନୀୟ ନିଗମ ୱେବ୍ସାଇଟରେ ନୂତନ ମଦ ଦର ଉପଲବ୍ଧ ହୋଇଛି । ଆଜି ଠାରୁ ଏହି ନୂଆ ଦର ଲାଗୁ ହେବ । ମଦ ଉପରେ ଅତିରିକ୍ତ କୋଭିଡ୍ ଶୁଳ୍କରୁ ରାଜ୍ୟ ସରକାର ରାଜସ୍ୱ ଆକାରରେ ୨ଶହ କୋଟି ଟଙ୍କା ପାଇଛନ୍ତି । କରୋନା ମହାମାରୀ କଟକଣା ଯୋଗୁଁ ଦୀର୍ଘ ଦେଢମାସ ହେଲା ମଦ ଦୋକାନ ବନ୍ଦ ରହିଥିଲା ।

ମେ ୨୪ ତାରିଖରେ ସରକାର ମଦ ଅନଲାଇନରେ ବିକ୍ରି କରିବାକୁ ଅନୁମତି ଦେଇଥିଲେ । ଏହାପରେ ଜୁଲାଇ ପହିଲାରୁ କାଉଂଟରରେ ବିକ୍ରି କରିବାକୁ ଅନୁମତି ମିଳିଥିଲା । ତେବେ ଟିକସ ବୃଦ୍ଧି ଯୋଗୁଁ ମଦ ବିକ୍ରି ହ୍ରାସ ପାଇଥିଲା । ଟିକସ କମାଇବାକୁ ଖୁଚୁରା ବ୍ୟବସାୟୀ ମାନେ ଦାବି କରିଆସୁଥିଲେ ।