ଗତ ଚାରିବର୍ଷ ଭିତରେ ରାଜ୍ୟରେ ଧର୍ଷଣର ସଂଖ୍ୟା ଓ ଏ ସଂକ୍ରାନ୍ତ ମାମଲା ଦୁଇଗୁଣରୁ ଅଧିକ ହୋଇଛି । ଅର୍ଥାତ ୨୦୧୧ ବେଳକୁ ମାମଲା ଥିଲା ୧୧୧୨ ଏବଂ ୨୦୧୫ ବେଳକୁ ମାମଲା ବଢି ପଂହଚିଗଲା ୨୨୮୬ ରେ । ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଗଣନା ଦେଖିଲାବେଳକୁ ପ୍ରକୃତରେ ଲାଗୁଛି ନାରୀ ସତରେ ସୁରକ୍ଷିତ କି? ୨୦୧୨ ଦିଲ୍ଲୀରେ ଘଟିଥିବା ନିର୍ଭୟା ଦୁର୍ଷ୍କମ ବେଳେ ରାଜଧାନୀ ଭୁବନେଶ୍ୱରଠୁ ଆରମ୍ଭ କରି ଦିଲ୍ଲୀ ଦରବାର ଯାଏ ସବୁଠି ପ୍ରତିବାଦର ସ୍ୱର ତୀବ୍ର ହୋଇଥିଲା ,ସେତେବେଳେ କୁହାଯାଇଥିଲା ଯେ ଯଦି ଏକ କଠୋର ଆଇନ ଆସେ ଏବଂ ଅପରାଧୀ ଓ ଅପରାଧୀ ପ୍ରବଣତା ମାନସିକତା ରଖୁଥିବା ବ୍ୟକ୍ତିଙ୍କ ମନରେ ଭୟ ସୃଷ୍ଟି କରାଇ ଦିଆଯାଇପାରେ ଏ ସଂଖ୍ୟା କୁ କିଛିକାଂଶରେ କମାଇ ଦିଆଯାଇପାରିବ । ବିଚାର ପ୍ରକିୟା କୁ ଯଦି ତ୍ୱରାନିତ କରାଯିବ ଏବଂ ଦୋଷୀ ଯଦି ତ୍ୱରିତ ଦଣ୍ଡ ପାଇବ, ହୁଏତ ଲୋକମାନଙ୍କ ମନରେ ଭୟ ସୃଷ୍ଟିହେବ । କିନ୍ତୁ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହେବା ପରିବର୍ତେ ଏହା ଧିରେଧିରେ ଏକ ରୋଗରେ ପରିଣତ ହୋଇଯାଇଛି । ବିଭିନ୍ନ ପରିସଂଖ୍ୟନ କୁ ଅନୁଧ୍ୟାନ କଲାପରେ ଜଣାପଡୁଛି ଯେ ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ରେପ୍ ବା ଧର୍ଷଣ ବଢିବାର କାରଣ କଣ? ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍:-
ପୁରୁଷଙ୍କୁ ଲଜ୍ଜା
/kanak/media/post_attachments/wp-content/uploads/2016/05/vlcsnap-2016-05-11-16h41m29s574.png)