କଳାହାଣ୍ଡିରେ ଦାନ ମାଝୀଙ୍କ ଶବ ଶୋଭାଯାତ୍ରାର କରୁଣ ଦୃଶ୍ୟ ସାରା ବିଶ୍ୱରେ ଦେଶକୁ ନିନ୍ଦିତ କଲା । ଲଜ୍ଜିତ କଲା ରାଜ୍ୟ ସରକାରଙ୍କୁ । ଏହାର ମାସକ ପରେ ଏବେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ନୟାଗଡ ସହରରେ ପୁଣି ହୋଇଛି ଶବ ଶୋଭାଯାତ୍ରା । ଏଠି ବି ଜଣେ ସ୍ୱାମୀ ଓ ସମ୍ପର୍କୀୟଙ୍କ କାନ୍ଧରେ ବୁହା ହୋଇଛନ୍ତି ଜଣେ ମୃତ ମହିଳା । ମେଡିକାଲରୁ ଜିଲ୍ଲାପାଳଙ୍କ ଅଫିସ୍ ଯାଏ ଚାଲିଲା ଏହି ଶୋଭାଯାତ୍ରା । ଆଉ ଆଗରେ ପଛରେ ଥିଲା ଟିଭି ସାମ୍ବାଦିକଙ୍କ ଭିଡ । କିଛି ସମୟ ପାଇଁ ସହରବାସୀଙ୍କ ଆଖିକୁ ଫେରି ଆସିଲା କଳାହାଣ୍ଡିର ସେହି କରୁଣ ଦୃଶ୍ୟ । ପରିବାର ଲୋକେ ଅଭିଯୋଗ କଲେ ଚିକିତ୍ସା ଅବହେଳା ଓ ମହାପ୍ରୟାଣ ଗାଡି ନମିଳିବାର କଥା ।
ହେଲେ ଏ ଶବ ଶୋଭାଯାତ୍ରା ସତ ଥିଲା ନା ଥିଲା ଦାନମାଝୀ ଷ୍ଟାଇଲ୍ । ରାତିର ଅନ୍ଧାର ଭିତରେ ଅଭାବୀ ଅସହାୟ ଦାନ ମାଝୀ ଅସହାୟ ହୋଇପଡିଥିଲେ । ହେଲେ ଦିନର ଆଲୋକରେ ସହର ଭିତରେ କେମିତି ଅସହାୟ ହୋଇ ପଡିଲେ ମୃତ ମହିଳାଙ୍କ ପରିବାର ଲୋକେ । ପ୍ରକୃତରେ ଦାନ ମାଝୀର ବଦନାମର ବୋଝ ଆମକୁ ଭାରାକ୍ରାନ୍ତ କରିନାହିଁ ବୋଲି ଆମେ କହିପାରିବା କି ? ଏ ବିତର୍କିତ ପ୍ରସଙ୍ଗ ଉପରରେ ଦେଖନ୍ତୁ ବିଗ୍ ଡିବେଟ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-22-12h21m06s654.png)