ଆଗରେ ପ୍ରସଙ୍ଗ ପଛରେ ପଂଚାୟତ

ଆଗରେ ପ୍ରସଙ୍ଗ ପଛରେ ପଂଚାୟତ

ରାଜ୍ୟର ଦୁଇଦଳ ବିଜେଡି ଏବଂ ବିଜେପି ଆଜି ହଠାତ୍ ରାଜ୍ୟରେ କ୍ରିୟାଶୀଳ ହୋଇପଡିଛନ୍ତି ଯାହା ରାଜନୈତିକ ପାଣିପାଗକୁ ସରଗରମ କରିଛି । ଗୋଟିଏ ପଟେ ପୋଲାଭରମ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ, ଯାହାଦ୍ୱାରା ଓଡିଶାର କ୍ଷତି ହେବ, ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅର୍ଥାତ ଶାସକ ଦଳ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଥିଲା ଏବଂ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।

ଅପରପକ୍ଷରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଲଜ୍ଜା ଦିବସ ପାଳନ କରାଯାଇଥିଲା ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ । ଏଠି ପ୍ରଶ୍ନ ଉଠୁଛି ଏହି କ୍ରିୟାଶୀଳତା ବର୍ତମାନ ସମୟରେ କଣ ପାଇଁ? ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଉଭୟ ରାଜନୈତିକ ଦଳ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି କି? କର୍ମୀକୁ ଏକଜୁଟ କରିବାରେ ଲାଗିଛନ୍ତି କି? ଏହି ରାଜନୈତିକ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe