କାଳକୋଠରୀରେ ବି ନାହିଁ ପଶ୍ଚାତାପ୍ କମେଡି କିଙ୍ଗ କରୁଛନ୍ତି କମେଡି

କାଳକୋଠରୀରେ ବି ନାହିଁ ପଶ୍ଚାତାପ୍ କମେଡି କିଙ୍ଗ କରୁଛନ୍ତି କମେଡି

ଝାରପଡା ଜେଲରେ ପିଙ୍କ୍ ବୟ । ଅଭିନେତାରୁ ଅଭିଯୁକ୍ତ । ହେଲେ ମୁହଁରୁ ଲିଭିନି ହସହସ ଅନ୍ଦାଜ୍ । ଗିରଫ ଠାରୁ ଜେଲ୍ ଯିବା ପର୍ୟ୍ୟନ୍ତ ସେହି ଚକୋଲେଟ୍ ହସ ଲେସି ହୋଇ ରହିଥିଲା ପପୁଙ୍କ ଚେହେରାରେ । କମେଡି କିଙ୍ଗଙ୍କ ଟ୍ରାଜେଡି ରୋଲ୍ ଦେଖିବାକୁ ଜେଲ୍ ଆଗରେ ଫ୍ୟାନ୍ ଭିଡ ଜମାଇଥିଲେ । ହେଲେ ଅନୁତାପର ଅଶ୍ରୁ କିନ୍ତୁ ନଥିଲା ପପୁଙ୍କ ଆଖିରେ । ଜେଲ୍ ଗଲେ ପପୁ । ରାତି କଟିଲା ୧୧ ନମ୍ବର ୱାର୍ଡରେ । ୱାର୍ଡରେ ଥିଲେ ୨୦ ଜଣ କଏଦୀ । ସମସ୍ତେ ଭାବିଥିଲେ ପ୍ରଥମ ରାତିରେ କାନ୍ଦି ପକାଇବେ ହସର ରାଜା । ହେଲେ କାନ୍ଦିବେ କଣ ପପୁ ପମପମ ନିଜ ଅନ୍ଦାଜରେ ସାଥୀ କଏଦୀଙ୍କୁ ଶୁଣାଇଥିଲେ ନିଜ ପୁରୁଣା ଫିଲ୍ମର କମେଡି ସିକ୍ୟୁଏନ୍ସ । କୁହାଯାଉଛି ଜମାରୁ ପଶ୍ଚାତାପ କରିନଥିଲେ ପପୁ । ଏ ସମସ୍ତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe