ବିଗିଡିବ ଚୀନ ଓ ପାକିସ୍ତାନର ଚାଲ : ବାୟୁସେନାରେ ସାମିଲ ହେଲା ରାଫେଲ;  ଆକାଶରେ ଦମ ଦେଖାଇବେ ୫ ଲଢୁଆ ବିମାନ, ରାଜନାଥଙ୍କ ସହ ସାମିଲ ହେଲେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ

183

କନକ ବ୍ୟୁରୋ : ଭାରତୀୟ ବାୟୁସେନା ପାଇଁ ଆଜିର ଦିନ ଐତିହାସିକ । କାରଣ ଆନୁଷ୍ଠାନିକ ଭାବେ ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ । ପଂଜାବର ଅମ୍ୱାଲା ଏୟାରବେସ୍ ରେ ବିଶେଷ ପୂଜାର୍ଚନା ପରେ ବାୟୁସେନାରେ ସାମିଲ ହୋଇଛି ବାହୁବଳି ରାଫେଲ୍ । ସମସ୍ତ ଧର୍ମର ପୂଜକଙ୍କ ଦ୍ୱାରା ପୂଜାର୍ଚନା ଓ ମନ୍ତ୍ରପାଠ କରି ରାଫେଲକୁ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା । ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସର ରକ୍ଷା  ମନ୍ତ୍ରୀ ଫ୍ଲୋରେନ୍ସ ପର୍ଲେ ଉପସ୍ଥିତ ରହିଥିଲେ । ଭାରତ ଓ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ତଥା ଅଧିକାରୀଙ୍କ ଉପସ୍ଥିତିରେ ସଂପନ୍ନ ହୋଇଥିଲା ସର୍ବଧର୍ମ ପୂଜା । ଭାରତୀୟ ବାୟୁସେନାରେ ରାଫେଲର ସାମିଲ ହେବା ପରେ ଏହାର ବଳ ବଢିବ । ପ୍ରଥମ ପର୍ଯ୍ୟାୟରେ ଫ୍ରାନସ୍ରୁ ଆସିଛି ୫ଟି ରାଫେଲ ଯୁଦ୍ଧ ବିମାନ । ଏହାକୁ ଆଜି ବାୟୁସେନାରେ ବିଦ୍ଧିବଦ୍ଧ ଭାବେ ସାମିଲ କରାଇ ଭାରତୀୟ ବାୟୁସେନାର ବଳକୁ ବହୁଗୁଣ କରିଦେଇଛନ୍ତି ଭାରତ ସରକାର ।

ଅମ୍ୱାଲା ଏୟାର ବେସରେ ରାଫେଲ୍ ଭାରତୀୟ ବାୟୁସେନାରେ ସାମିଲ ହୋଇ ଆଜିର ଦିନକୁ ଭାରତର ପ୍ରତିରକ୍ଷା ଇତିହାସରେ ଐତିହାସିକ କରିଦେଇଛି । କାରଣ ବର୍ତମାନ ଭାରତ ଏହାର ପଡୋଶୀ ଦେଶ ସହିତ ସମୀ ବିବାଦ ଦେଇ ଗତି କରୁଛି । ଗୋଟିଏ ପଟେ ଲଦାଖ ସୀମାରେ ଚୀନ ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି । ପାକିସ୍ତାନ ପଟେ ମଧ୍ୟ ସୀମାରେ ଲାଗି ରହିଛି ଉତେଜନା । ଏହାରି ମଧ୍ୟରେ ଶତ୍ରୁ ଦେଶକୁ ସାବାଡ୍ କରିବାକୁ ଭାରତୀୟ ବାୟୁସେନାରେ ରାଫେଲର ଆନୁଷ୍ଠାନିକ ସାମିଲ ହେବା, ଶତ୍ରୁ ଦେଶଙ୍କ ପାଇଁ କଡା ଚେତାବନୀ ହୋଇଛି  ।