ଆଇଏଏସ ସ୍ତରରେ ବଡ ଧରଣ ଅଦଳ ବଦଳ: ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଅତିରିକ୍ତ ଦାୟିତ୍ୱରେ ରହିଲେ ସମର୍ଥ ବର୍ମା

2,967

କନକ ବ୍ୟୁରୋ: ଆଜି ରାଜ୍ୟ ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି । ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ସେପଟେ ଆଇଏଏସ ସମର୍ଥ ବର୍ମାଙ୍କୁ ମିଳିଛି ଅତିରିକ୍ତ ଶ୍ରୀମନ୍ଦିର ମ୍ରୁ୍ୟ ପ୍ରଶାସକ ଦାୟିତ୍ୱ । ସେହିପରି ଆଶିଷ ଠାକରେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ, ବୀନିତ ଭରଦ୍ୱାଜ ହେଲେ କଟକ ଜିଲ୍ଲାପାଳ । ବିଶାଳ ସିଂ ହେଲେ କେନ୍ଦୁଝର ଜିଲ୍ଲାପାଳ । ଅବଦୁଲ ଅଖତର ହେଲେ ଅନୁଗୁଳ ଜିଲ୍ଲାପାଳ । ଚଞ୍ଚଳ ରାଣା ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ମାଇନର ମିନେରାଲ୍ସର ନିର୍ଦ୍ଦେଶକ ହେଲଲେ ସୁଦର୍ଶନ ଚକ୍ରବର୍ତ୍ତୀ । ଗ୍ରାମାଞ୍ଚଳ ବିକାଶ ନିର୍ଦ୍ଦେଶକ ହେଲେ ନିଖିଲ ପବନ କଲ୍ୟାଣ । ବିଜୟ ଦାସ ହେଲେ ପୁରୀ ଜିଲ୍ଲାପାଳ । ମନୀଷା ବର୍ମା ହେଲେ ସାମାଜିକ କଲ୍ୟାଣ ନିର୍ଦ୍ଦଶକ । ସିର୍ଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ କଟକ କମିଶନର ।