କନକ ବ୍ୟୁରୋ : ଆଉ କିଛି ସମୟ ପରେ ଟି-୨୦ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ପଡିଆରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଅଧିନାୟକ ଭାବେ ବିରାଟ କୋହଲିଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା । ଟି-ଟ୍ୱେଂଟି ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଯେଉର୍ଁ ଟିମ୍ ଇଣ୍ଡିଆ ବିଶ୍ୱକପ୍ ପାଇଁ ପ୍ରମୁଖ ଦାବିଦାର ଥିଲା, ସେମିଫାଇନାଲ ରେସରେ ରହିବ କି ନାହିଁ, ସେ ନେଇ ବଡ଼ ଭୂମିକା ନେବ ଆଜିର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ । ପାକିସ୍ତାନ ଠାରୁ ମ୍ୟାଚ ହାରିବା ପରେ ଏପରି ସ୍ଥିତି ଉପୁଜିଛି । ନ୍ୟୁଜିଲାଣ୍ଡ ମଧ୍ୟ ସମାନ ସ୍ଥିତି ଦେଇ ଗତି କରୁଛି । ତେଣୁ ଦୁଇ ଦଳ ଭିତରେ ଜୋରଦାର ସଂଘର୍ଷ ହେବା ଆଶା ରହିଛି ।

Advertisment

କୋହଲିଙ୍କ ପାଇଁ ଅଗ୍ନିପରୀକ୍ଷା । ଟି-ଟ୍ୱେଂଟି ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ହେବ କଡ଼ା ଟକ୍କର । ପାକିସ୍ତାନଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ହାରିଥିବାରୁ ଉଭୟ ଦଳ ପାଇଁ କଠିନ ପରୀକ୍ଷା । ମ୍ୟାଚ ପୂର୍ବରୁ ଶାର୍ଦୁଲ ଠାକୁରଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି ଅଧିନାୟକ ବିରାଟ କୋହଲି । କହିଛନ୍ତି, ସେ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି, ତେବେ କେଉଁ ସ୍ଥାନରେ ସେ ଫିଟ୍ ହେବେ ଦଳ ସେ ନେଇ ବିଚାର କରୁଛି ।

ସେହିପରି ପାକିସ୍ତାନ ସହ ମ୍ୟାଚରେ ଟିମ୍ ଇଣ୍ଡିଆ ଗୋଟିଏ ବି ୱିକେଟ୍ ନେଇ ପାରିନଥିବାରୁ ଦଳ ସମୀକ୍ଷା କରିଛି, ବେଳେବେଳେ ଏପରି ସ୍ଥିତି ଉପୁଜେ ବୋଲି କହିଛନ୍ତି କୋହଲି । ସାହିନ ଆଫ୍ରିଦିଙ୍କ ଭଳି ଭାରତୀୟ ଦଳର ବିପର୍ଯ୍ୟୟ ଘଟାଇବେ ବୋଲି ଟ୍ରେଂଟ ବୋଲ୍ଟ କହିଥିବାରୁ ତାର ଉତ୍ତରରେ କୋହଲି କହିଛନ୍ତି ଟ୍ରେଂଟ ବୋଲ୍ଟ ଓ ଅନ୍ୟ ନ୍ୟୁଜିଲାଣ୍ଡ ବୋଲରଙ୍କ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ଭାରତ । ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାଜୟ ପରେ ନ୍ୟୁଜିଲାଣ୍ଡକୁ ମାତ୍ ଦେବାକୁ ଲକ୍ଷ୍ୟ ରଖିଛି ବିରାଟ ବାହିନୀ । କାରଣ ଏହି ମ୍ୟାଚ ହାରିଲେ ଟି-ଟ୍ୱେଂଟି ବିଶ୍ୱକପର ସେମିଫାଇନାଲ ରେସରେ ବହୁ ପଛରେ ପଡିଯିବ ଭାରତ ।