କ୍ରିକେଟକୁ ଅଲବିଦା କହିଲେ ଧୋନୀ । ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମହେନ୍ଦ୍ର ସିଂ ଧୋନୀ । ପଡିଆରେ ଆଉ ଦେଖିବାକୁ ମିଳିବନି ହେଲିକପ୍ଟର ସର୍ଟ

1,253

କନକ ବ୍ୟୁରୋ: କ୍ରିକେଟକୁ ବାଏ ବାଏ କଲେ ଧୋନୀ । ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମହେନ୍ଦ୍ର ସିଂ ଧୋନୀ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ।

ଆଜି ସାରା ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ କ୍ରିକେଟିୟରଙ୍କ ମଧ୍ୟରେ ଅନ୍ୟତମ ଧୋନୀ ସବୁପ୍ରକାରର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତାଙ୍କୁ ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ବୋଲି କୁହାଯାଏ । ତାଙ୍କ ସମୟରେ ଭାରତ ବିଶ୍ୱକପ କ୍ରିକେଟ, ଟି-୨୦ ବିଶ୍ୱକପ କ୍ରିକେଟ, ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି, ଦୁଇଥର ଏସିଆ କପ, ଟେଷ୍ଟ କ୍ରିକେଟରେ ଏକ ନମ୍ବର ମାନ୍ୟତା ପାଇଥିଲା ।

ତେବେ ଫଟାଫଟ କ୍ରିକେଟରେ ହେଲିକପ୍ଟର ସର୍ଟ ମାରି ଚର୍ଚ୍ଚାରେ ରହୁଥିଲେ ଧୋନୀ । ମାହୀ ସନ୍ନ୍ୟାସ ନେବା ଘଟଣା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉଦାସୀନତା ଭରିଦେଇଛି । ତେବେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ପୂର୍ବରୁ ସେ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ।