ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଘୋଷଣା । ମାଗଣା ଯାଆସ କରିବେ ପରୀକ୍ଷାର୍ଥୀ । ଅଭିଭାବକ ଓ ପରୀକ୍ଷାର୍ଥୀଙ୍କ ପାଇଁ କୋହଳ ହେଲା କରୋନା କଟକଣା । ଜାଣନ୍ତୁ କେମିତି ଏବଂ କେଉଁଠୁ ପାଇପାରିବେ ପୂରା ସୁବିଧା…

1,431

କନକ ବୁାରୋ: ଜେଇଇ ପରୀକ୍ଷା ନେଇ ବଡ ଘୋଷଣା । ମାଗଣାରେ ଯିବେ ଜେଇଇ ପରୀକ୍ଷାର୍ଥୀ । ଜେଇଇ ପରୀକ୍ଷାର୍ଥୀଙ୍କୁ ସରକାର ଯୋଗାଇବେ ସୁବିଧା । ଯାତାୟତ ଖର୍ଚ୍ଚ ସହ ରହିବା ବ୍ୟବସ୍ଥା କରିବା ନେଇ ସରକାରଙ୍କ ବଡ ଘୋଷଣା ।

ମାଗଣାରେ ସେମାନଙ୍କୁ ନେବାଆଣିବା କରାଯିବାକୁ ସରକାରଙ୍କ ଘୋଷଣା । ଆଡମିଟ କାର୍ଡ ଦେଖାଇଲେ ସେମାନଙ୍କୁ ଉକ୍ତ ଜିଲ୍ଲାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ୩୦ ଅଗଷ୍ଟରୁ ୭ ସେପ୍ଟେମ୍ବର ଯାଏଁ ପରୀକ୍ଷାର୍ଥୀଙ୍କ ଯିବାଆସିବା ମାଗଣା । ସେମାନଙ୍କ ଯାଆସ ଉପରେ ରହିବନି କୌଣସି କଟକଣା । ସେମାନଙ୍କ ବାପାମାଆଙ୍କ ଯାତାୟତ ବି କଟକଣାମୁକ୍ତ ।

କରୋନା ଏବଂ ରାଜ୍ୟରେ ବନ୍ୟା ସ୍ଥିତି ଚାଲୁଥିବାରୁ ୭ ସହରର ୨୬ ସେଣ୍ଟରକୁ ସରକାର ପିଲାଙ୍କୁ ନେବା ଆଣିବା କରିବେ । ପରୀକ୍ଷା କେନ୍ଦ୍ରରେ ଯେମିତି ଅସୁବିଧା ନହୁଏ ସେନେଇ ସବୁ ସୁବିଧା କରାଯାଉଛି । ବିଭିନ୍ନ ଜିଲାରୁ ପରୀକ୍ଷା ଦେବାକୁ ଆସୁଥିବା ପରୀକ୍ଷାର୍ଥୀଙ୍କ ସୁବିଧା କରାଯିବ । ପ୍ରତି ଜିଲ୍ଲାର ଗୋଟେ ଗୋଟେ ଆଇଟିଆଇକୁ ନୋଡାଲ ସେଣ୍ଟର ଘୋଷଣା କରାଯାଇଛି । ୭ ସହରର ନୋଡାଲ ଆଇଟିଆଇ ସେଣ୍ଟରରେ ପରୀକ୍ଷାର୍ଥୀ ସବିଶେଷ ତଥ୍ୟ ଜାଣିପାରିବେ ।

ତେବେ ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ହାତରେ କମ ସମୟ ଥିବାରୁ ୩୧ ତାରିଖ ସୁଦ୍ଧା ସବୁ ତଥ୍ୟ ଦେବାକୁ ପରୀକ୍ଷାର୍ଥୀଙ୍କୁ ଅନୁରୋଧ କଲେ ସରକାର । ସେମାନେ ନିଜର ସବିଶେଷ ତଥ୍ୟ ତୁରନ୍ତ ଦିଅନ୍ତୁ । ଆରଟିଓ ମାଧ୍ୟମରେ କିମ୍ବା ଟ୍ରାନ୍ସପୋର୍ଟ କମିଶନରଙ୍କ ମାଧ୍ୟମରେ ବା ନୋଡାଲ ସେଣ୍ଟରରେ ଥିବା କଣ୍ଟ୍ରୋଲ ରୁମରେ ସୂଚନା ଦିଅନ୍ତୁ । ମୋବାଇଲ ନମ୍ବର ଦିଅନ୍ତୁ । ତଥ୍ୟ ମିଳିଲେ ଆପଣଙ୍କୁ ସାହାଯ୍ୟ କରାଯିବ । ସମାନ ସୁବିଧା ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।