ପ୍ରସ୍ତୁତ ରୁହ, ଖୁବଶୀଘ୍ର ମିଳିପାରେ କରୋନା ଟୀକା । ଭ୍ୟାକସିନ ମିଳିବା ନେଇ ଡାଟାବେସ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ।

2,204

କନକ ବ୍ୟୁରୋ: କରୋନ ଟୀକା ନେଇ ବଡ ଖବର । ଖୁବଶ୍ରୀଘ୍ର ଉପଲବ୍ଧ ହୋଇପାରେ କରୋନା ଭ୍ୟାକସିନ । ସ୍ୱାସ୍ଥ୍ୟକର୍ମୀଙ୍କ ଡାଟାବେସ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ୨୯ ଅକ୍ଟୋବର ସୁଦ୍ଧା ଡାଟାବେସ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ । ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ଲେଖିଲେ ଚିଠି । କେନ୍ଦ୍ର ସରକାର ଏନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କର ହେବ ଡାଟାବେସ୍ ।

ଡାଟାବେସ ପ୍ରସ୍ତୁତ ରଖିବାକୁ ବେସରକାରୀ ଅନୁଷ୍ଠାନକୁ ମଧ୍ୟ ଦିଆଗଲା ଚିଠି । ଇଣ୍ଡିଆନ ମେଡିକାଲ ଆସୋସିଏସନ, ଆୟୁଷ ଆସୋସିଏସନକୁ ଚିଠି । ତେବେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ଆଗେ ଟୀକା ଦେବା ନେଇ ଉଲ୍ଲେଖ ।