୪ ଜିଲ୍ଲାରେ ଝୁଲିବ ତାଲା । ଆସନ୍ତାକାଲି ଠାରୁ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ୧୪ ଦିନିଆ ଲକଡାଉନ୍ । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସରକାରଙ୍କ ବଡ ଘୋଷଣା…

4,660

କନକ ବ୍ୟୁରୋ: ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ କରୋନା ହୁ ହୁ ହୋଇ ବଢି ଚାଲିଥିବା ବେଳେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ୪ ଜିଲ୍ଲାକୁ ଲକଡାଉନ କରିଛନ୍ତି ସରକାର । କାଲିଠାରୁ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲା ଲକଡାଉନ । ରାଉରକେଲା ମହାନଗର ନିଗମ ବି ୧୪ ଦିନ ଲକଡାଉନମ ରହିବ । ଆସନ୍ତାକାଲି ରାତି ୯ଟାରୁ ୩୧ ଜୁଲାଇ ମଧ୍ୟରାତ୍ରି ଯାଏଁ ଲକଡାଉନରେ ରହିବ ୪ ଜିଲ୍ଲା ସହ ରାଉରକେଲା ।

ତେବେ ୧୪ ଦିନିଆ ଲକଡାଉନ ସମୟରେ ଯାଞ୍ଚ ଓ ଟେଷ୍ଟିଂକୁ ଅଧିକ ତ୍ୱରାନ୍ୱିତ କରାଯିବ । ୧୪ ଦିନ ଆମକୁ ସତର୍କ ରହିବାକୁ ପଡିବ । ଏହି ୧୪ ଦିନ ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ ସମସ୍ତେ ସରକାରଙ୍କ ନିଷ୍ପତ୍ତି ମାନିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଲକଡାଉନ ବେଳେ ଦୋକାନ ବଜାର, ଅଫିସ, ଅନୁଷ୍ଠାନ ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀ, ଜରୁରୀ ସେବା ଚାଲୁ ରହିବ । ଲକଡାଉନ ପାଇଁ ବ୍ୟସ୍ତ ନହୋଇ ଦୋକାନ ବଜାରରେ ଭିଡ କରନ୍ତୁନି । ସକାଳ ୬ଟାରୁ ୧ଟା ଯାଏଁ ଗ୍ରୋସରୀ, ପରିବା ଦୋକାନ ଖୋଲା ରହିବ । ଖୋଲା ଜାଗାରେ ପରିବା ଦୋକାନୀ ପରିବା ବିକି ପାରିବେ । ହୋମ୍ ଡେଲିଭରି, ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ପୂର୍ବଭଳି କୃଷି, ପଶୁ ସମ୍ପଦ ସେବା ଜାରି ରହିବ । ମାଛ, ମାଂସ ଅଣ୍ଡାର ହେବ ହୋମ ଡେଲିଭରି ।

ତେବେ ଏହି ସମୟ ଭିତରେ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ଚିକିତ୍ସା କରାଇବା ମୂଳ ଲକ୍ଷ୍ୟ । ଆଶାକର୍ମୀ, ଏବଂ ୱାର୍ଡରେ ବିଭିନ୍ନ କମିଟି ମାନେ ଟେଷ୍ଟିଂରେ ସହାୟତା କରୁଛନ୍ତି । ତେଣୁ ଆବଶ୍ୟକୀୟ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ଜାରି ରଖିବେ । ବଡକଥା ହେଉଛି ବିନା କାରଣରେ କଟକ-ଭୁବନେଶ୍ୱର ମନା । କାମ ନଥିଲେ କେହି ଅଯଥାରେ ଏହି ଦୁଇ ସହର ଆସିପାରିବେନି । ନିୟମ ନମାନିଲେ କଡାକାର୍ଯ୍ୟାନୁଷ୍ଠାନ ।