ବିଗ୍ ବସ୍ ଓଟିଟି ବିଜେତାଙ୍କୁ ବଡ ବ୍ରେକ୍ । ବାହୁବଳୀ ଷ୍ଟାର ପ୍ରଭାସଙ୍କ ଫିଲ୍ମ ପାଇଁ ଅଫର

198

କନକ ବ୍ୟୁରୋ: ବିଗ୍ ବିସ୍ ଓଟିଟି ଟାଇଟଲ ହାସଲ କରିବାକୁ ପରେ ଦିବ୍ୟା ଅଗ୍ରୱାଲଙ୍କ ଭାଗ୍ୟ ଚମକିବାକୁ ଆରମ୍ଭ କଲାଣି । ଯଦିଓ ପୂର୍ବରୁ ଦିବ୍ୟା ଅନେକ ରିଆଲିଟି ସୋରେ ବିଜୟିନୀ ହୋଇଛନ୍ତି କିନ୍ତୁ ଓଟିଟି ଟାଇଟଲ ପାଇବା ପରେ ତାଙ୍କ କରିଅରକୁ ବଡ ବ୍ରେକ୍ ମିଳିବାକୁ ଯାଉଛି । ଶୁଣିବାକୁ ମିଳୁଛି ଯେ ବାହୁବଳୀ ଷ୍ଟାର ପ୍ରଭାସଙ୍କ ସହ ଫିଲ୍ମ କରିବାକୁ ଦିବ୍ୟାଙ୍କୁ ମିଳିଛି ଅଫର୍ ।

ସୂଚନା ମୁତାବକ, ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସାଲାର’ ପାଇଁ ଦିବ୍ୟାଙ୍କୁ ଅଫର ଦେଇଛନ୍ତି ପ୍ରଭାସ । ଯଦିଓ ଏ ବାବଦରେ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ । କିନ୍ତୁ ଯେମିତି ଏପରି ଖବର ମିଳିଛି ଦିବ୍ୟାଙ୍କ ପ୍ରଶଂସକଙ୍କ ଆଗ୍ରହ ଦ୍ୱିଗୁଣିତ ହୋଇଯାଇଛି । ଯଦି ଏହି ଖବର ସତ ହୁଏ ତେବେ ଏହା ଦିବ୍ୟାଙ୍କ ପାଇଁ ଏକ ଗେମ୍ ଚେଂଜର ପ୍ରମାଣିତ ହେବ ।


ଓଟିଟି ଟାଇଟଲ ଜିତିବା ପୂର୍ବରୁ ଦିବ୍ୟା ଅନେକ ରିଆଲିଟି ସୋରେ ବିଜୟିନୀ ହୋଇଛନ୍ତି । ଦିବ୍ୟା ଏକାଧାରରେ ଜଣେ ଅଭିନେତ୍ରୀ, ମଡେଲ, ଏନଡି ଆମ୍ବାସାଡାର, ବିୟୁଟି କୁଇନ୍ ଓ କୋରିଓଗ୍ରାଫର । ୨୦୧୫ରେ ମିସ୍ ନବି ମୁମ୍ବାଇ ଟାଇଟଲ ଜିତିଥିଲେ ଦିବ୍ୟା । ଏହାପରେ ଏମଟିଭି ସ୍ପିଲ୍ସ ଭିଲ୍ଲା ସିଜିନ୍ -୧୦ ଓ ଏମଟିଭି ଏସ୍ ଅଫ୍ ସ୍ପେସ୍ ରିଆଲିଟି ସୋର ଟାଇଟଲ ଜିତିବା ପରେ ତାଙ୍କୁ ଲୋକପ୍ରିୟତା ବଢିବାକୁ ଲାଗିଲା । ଏଠାରୁ ତାଙ୍କ କରିଅରରେ ଆଗକୁ ମାଡିଚାଲିଲେ ଦିବ୍ୟା । ନୃତ୍ୟ ପ୍ରତି ମଧ୍ୟ ତାଙ୍କର ରହିଛି ଅହେତୁକ ଦୁର୍ବଳତା ଟେରେନ୍ସ ଲେୱିସ୍ ଏକାଡେମୀରୁ ନୃତ୍ୟ ଶିକ୍ଷା କରିବା ପରେ ଦିବ୍ୟା ଏଲିଭେଟ୍ ଡାନ୍ସ ଇନଷ୍ଟିଚ୍ୟୁଟ୍ ନାଁରେ ନିଜର ଏକ ଡାନ୍ସ ସ୍କୁଲ ଖୋଲି ହଜାରେରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡାନ୍ସ ଶିଖାଉଛନ୍ତି । ଦିବ୍ୟାଙ୍କ ପରି ଜଣେ ମଲ୍ଟି ଟ୍ୟାଲେଣ୍ଟେଡ୍ ଆକ୍ଟ୍ରେସ୍ ବଲିଉଡରେ ବି ନିଜର ଖାସ୍ ଜଲୱା ଦେଖାଇବେ ବୋଲି ପ୍ରଶଂସକ ମାନେ କହୁଛନ୍ତି ।