କନକ ବ୍ୟୁରୋ: ପିଏନବି ସ୍କାମର ମାଷ୍ଟରମାଇଣ୍ଡ ତଥା ପଳାତକ ନୀରବ ମୋଦୀଙ୍କୁ ଲାଗିଛି ବଡ ଝଟକା । ମୁମ୍ବାଇ ସ୍ପେଶାଲ ପ୍ରିଭେନସନ ଅଫ ମନି ଲଡ୍ରିଂ ଆକ୍ଟ ଅନୁସାରେ ନୀରବ ମୋଦୀର କୋଟି କୋଟି ଟଙ୍କାର ସମ୍ପତି ଜବତ କରିବାକୁ ଇଡିକୁ ନିର୍ଦ୍ଦେଶ ମିଳିଛି । ପାଖାପାଖି ୫ଶହ କୋଟିର ୩୯ଟି ପ୍ରପୋଟିକୁ ଇଡି ଆଟାଚ୍ କରିବାକୁ ଅନୁମତି ଦେଇଛନ୍ତି ମୁମ୍ବାଇ ପିଏମଏଲଏ କୋର୍ଟ । ଅନ୍ୟପଟେ ନୀରବର ୯ଟି କମ୍ପାନୀ ସହ ୪୨୪ କୋଟି ମୂଲ୍ୟର ସମ୍ପତିକୁ କୋର୍ଟ ପଂଜାବ ନ୍ୟାଶନାଲ ବ୍ୟାଙ୍କକୁ ହସ୍ତାନ୍ତର କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
କୋଟି କୋଟି ଟଙ୍କାର ଋଣ ନେଇ ନୀରବ ବିଦେଶକୁ ଫେରାର ହେବା ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ପଂଜାବ ନ୍ୟାଶନାଲ ବ୍ୟାଙ୍କ । ବର୍ତମାନ ଲଣ୍ଡନର ଏକ ଜେଲରେ ବନ୍ଦୀ ରହିଛି ନୀରବ । ସେପଟେ ଭାରତ ସରକାର ପଳାତକର ପ୍ରତ୍ୟାବର୍ତନ ପାଇଁ ଚେଷ୍ଟା ଚଳାଇଛନ୍ତି । ଏହା ଭିତରେ ନୀରବ କହିଛି କି ଭାରତ ଆସିଲେ ତା ଜୀବନ ପ୍ରତି ବିପଦ ରହିଛି । ହୁଏତ ତାକୁ ହତ୍ୟା କରାଯାଇପାରେ ନହେଲେ ସେ ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ନେଇପାରେ । ନୀରବ ମୋଦି ଓ ମେହୁଲ ଚୌକସୀ ପିଏନବିଠୁ ପ୍ରାୟ ୧୪ହଜାର ୫ଶହ କୋଟି ଟଙ୍କା ଠକେଇ କରିଛନ୍ତି ।